ମଠ ମନ୍ଦିରର ହେବ ସୁରକ୍ଷା, ସରକାର ଆଣିବେ ଦେବାଳୟ ଯୋଜନା

ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା ।

Odisha Government

ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା । ରକ୍ଷଣ ବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ସମ୍ଭାବନା ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର । ପରିଚାଳନା ଦୃଷ୍ଟି କୋଣରୁ ଏବଂ ମନ୍ଦିର ଗୁଡିକରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ଯେଉଁ ସହାୟତାର କଥା ଆସୁଛି ସେନେଇ ଗଭୀରତାର ସହ ଚିନ୍ତା କରାଯାଉଛି ।

ଏନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର । ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା କିନ୍ତୁ ଏହି ଯୋଜନାରେ ଅନେକ କଥା ଅଛି । ପ୍ରାଥମିକ ଭାବେ ଯେଉଁ ସ୍ଥାନରେ ମରାମତି, ରକ୍ଷଣ ବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ବ୍ୟବସ୍ଥା ରହିଛି ।

ସେଥିପାଇଁ ଯାହା ଯାହା ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତାର ସୁରକ୍ଷା ଆମର ପ୍ରାଥମିକତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେପଟେ ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ହୋଇଛନ୍ତି ରାଜ୍ୟ ସରକାର ।

ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି ଗତ କିଛିଦିନ ତଳେ କହିଥିଲେ ଆଇନମନ୍ତ୍ରୀ । ସେଥିପାଇଁ ଜଣେ ଫୁଡ୍ ଇନସପେଟର ନିଯୁକ୍ତ ହେବେ ବୋଲି ଜଣା ପଡ଼ିଛି ।