Advertisment

ବଡ଼ ଖବର: ହଟିଲା ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’

ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍‌ରୁ ହଟିଲା ଫାଇଭ୍ -ଟି ଚାର୍ଟର।

ଅଦ୍ୟତନ ହୋଇଛି
Odisha government Removes 5T Charter

Odisha government

Advertisment

ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍ -ଟି ଚାର୍ଟର। 5T ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ ରୁ ଏହା ହଟାଯିବାକୁ ନିର୍ଦ୍ଦେଶଶ ଦିଆଯାଇଛି।  ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ଏହାକୁ ହଟାଯାଇଛି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁଣି ଥରେ  ପ୍ରଚଳନ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ଓଡ଼ିଶା ଶାସନକୁ ସ୍ୱଚ୍ଛ, ସକ୍ରିୟ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଆଯାଇଥିଲା ୩-ଟି ମନ୍ତ୍ରରେ ଆଉ ଦୁଇଟି ଟି ଯୋଡ଼ା ଯାଇଥିଲା ନିର୍ବାଚନ ପରେ ଓ ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ନାମିତ କରା ବି ଯାଇଥିଲା । ତାହାର ତଦାରଖ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଜଣେ ସଚିବ ନିଯୁକ୍ତ ହୋଇଥିଲେ। ଏହି ସଚିବ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା ବିଜ୍ଞପ୍ତି; ୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ଯିବେ ?

Advertisment

ଏହି ୫-ଟିର ଗୋଟିଏ ଗୋଟିଏ ଟି ହେଉଛି ୧. ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା, ୨. ଟୋକ୍ନୋଲୋଜି ବା ପ୍ରଯୁକ୍ତି, ୩. ଟିମୱାର୍କ ବା ଦଳବଦ୍ଧତା, ୪. ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ଏବଂ ୫. ଟାଇମ ଲିମିଟ ବା ସମୟବଦ୍ଧତା। ପଞ୍ଚମ ଦଫା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର କିଛି ଦିନ ଭିତରେ ୨୦୧୯ ଜୁଲାଇ ମାସରେ ପ୍ରଥମ ତିନିଟି ଟି ସହିତ ଆଉ ଦୁଇଟି ଟି ଯୋଡ଼ି ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

୫-ଟି କାର୍ଯ୍ୟକ୍ରମ ଅଧୀନରେ ‘ମୋ ସରକାର’ ନାମକ ଆଉ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସରକାରୀ ସେବା ପହୁଂଚାଇବାରେ କେଉଁଠି କ’ଣ ତ୍ରୁଟିବିଚ୍ୟୁତି ହେଉଛି ତାହା ଜାଣିବା ପାଇଁ ଜନ ସାଧାରଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଟେଲିଫୋନ କରି ବୁଝିବେ ବୋଲି ଘୋଷଣା ହୋଇଥିଲା ।

Advertisment

Odisha Government Mo Sarkar 5T Mo Sarkar Odisha 5T Governance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ