world milk day
ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ହେବ ମଡେଲ ରାଜ୍ୟ । ବିଶ୍ୱ ଦୁଗ୍ଧ ଦିବସ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହି ଗୋପାଳକଙ୍କୁ ୭୦ ପ୍ରତିଶତ ସବସିଡି ଯୋଗାଇ ଦିଆଯାଉଛି । ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସହାୟତା ଦେଉଛନ୍ତି ।"
ମୁଖ୍ୟମନ୍ତ୍ରୀ କହିଛନ୍ତି, "୩୦ ଲକ୍ଷ ମେଟ୍ରିକ୍ ଟନ୍ ଓମଫେଡ ଘିଅ ଶ୍ରୀମନ୍ଦିରକୁ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଆଜିଠାରୁ ଓମଫେଡ୍ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ଦିଆଯିବ । ଏହାଛଡ଼ା ଦୁର୍ଘଟଣାରେ ଗୋପାଳକଙ୍କର ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ଅକୁକମ୍ପା ରାଶି ପ୍ରଦାନ କରାଯିବ । " କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748773377.jpg)