Advertisment

ନିଷ୍ପତ୍ତି ବଦଳିଲା, ପୁରୀ ବେଳାଭୂମିରେ ମଦ କୁଡ଼ିଆ ବ୍ୟାନ୍

କୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧିରେ ବି କଟକଣା । ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ, ବିଜ୍ଞପ୍ତି ଜାରି ।

undefined

Odisha

Advertisment

ପୁରୀ ବେଳାଭୂମିରେ ଖୋଲିବନି ମଦ କୁଡ଼ିଆ । ଖାଲି ମହୋଦଧୀ କୂଳ ନୁହେଁ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ବ୍ୟାନ୍ । ମହାପ୍ରଭୁ ଜଗନ୍ନାଥଙ୍କ ବିଜେସ୍ଥଳୀରେ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଦୃଷ୍ଟିକୋଣରୁ । ଓଡ଼ିଶା ଅବକାରୀ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।

Advertisment

ନିଜେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି- ପୁରୀରେ ପର୍ଯ୍ୟଟନ ବିକାଶ ପାଇଁ ପୂର୍ବରୁ ବେଳାଭୂମୀରେ ମଦ କୁଡ଼ିଆ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଇକୋ- ରିଟ୍ରିଟ୍ ସ୍ଥଳରେ ଏହାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ଏବେ ସେ ନିଷ୍ପତ୍ତି ବଦଳିଛି । ତେବେ ଖାଲି ପୁରୀ ନୁହେଁ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧି ଭିତରେ ମଧ୍ୟ ମଦ କୁଡ଼ିଆ ନଖୋଲିବାକୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି।

ତେବେ ଦୁଇ ଦିନ ତଳେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା । ମଦମୁକ୍ତ ଓଡ଼ିଶା ଓ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ତୀବ୍ର ବିରୋଧ କରି ସିଂହଦ୍ୱାର ଆଗରେ ଗର୍ଜିଥିଲେ ୪୦ଟି ଅନୁଷ୍ଠାନ। ମହାତୀର୍ଥ ମହୋଦଧିର ଆଧାତ୍ମିକତା ବଜାୟ ରଖିବା ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବି ଦିଆଯାଇଥିଲା। ଏମିତିକି ନିତ୍ୟ ସମୁଦ୍ର ଆଳତୀ ସ୍ଥଳରେ ମଦ କୁଡ଼ିଆ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି ଉପରେ ବି ବର୍ଷିଥିଲେ ପୁରୀ ଶଙ୍କରାଚାର୍ଯ୍ୟ। ତପ ସ୍ଥଳୀକୁ ଭୋଗ ସ୍ଥଳୀରେ ପରିଣତ କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟାଶୀଳ ବି ହୋଇଥିଲେ ଜଗତଗୁରୁ।

Advertisment

ବେଳାଭୂମୀରୁ ପୁରୀ ସହର, ମଦ କୁଡ଼ିଆ ବନ୍ଦ ଲାଗି ସରକାରଙ୍କ ନିଷ୍ପତ୍ତିକୁ ସାଧୁବାଦ ଜଣାଇଛନ୍ତି ବିଭିନ୍ନ ନିଶାମୁକ୍ତି ଅଭିଯାନ ସଂଗଠନ, ବୁଦ୍ଧୀଜୀବୀ ଓ ମଠ ମହନ୍ତ । ଏହାଦ୍ୱାରା ଅନ୍ୟ ତିନି ବିଷ୍ଣୁ ଧାମ ଭଳି ଜଗନ୍ନାଥ ଧାମର ମର୍ଯ୍ୟାଦା ରକ୍ଷା ହୋଇ ପାରିବ ବୋଲି ସେମାନେ କହିଥିବାବେଳେ ଆଗକୁ ବଡ଼ଦାଣ୍ଡ ଓ ମହୋଦଧି କୂଳକୁ ସମ୍ପୂର୍ଣ୍ଣ ମଦ ଓ ଆମିଷ ମୁକ୍ତ କରିବାକୁ ବି ସରକାରଙ୍କୁ ଅନୁରୋଧ କରିଛନ୍ତି।

ପୂର୍ବରୁ ଗତ ୨ ତାରିଖରେ ଅବକାରୀ କମିଶନର ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ପୁରୀରେ ମଦ କ୍ୟାବିନ୍ ନଖୋଲିବାକୁ ଏ ନେଇ ଆବଶ୍ୟକୀୟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ।

Advertisment

Srimandir Jagannath Temple Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ