Advertisment

Reshuffle IAS Officers: IAS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର; ବଦଳିଲେ ଯୋଗାଣ ଓ ଶକ୍ତି ବିଭାଗର ସଚିବ

ଶକ୍ତି ବିଭାଗ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା । ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ମିଳିଲା ଅତିରିକ୍ତ ଦାୟିତ୍ବ ।

ଅଦ୍ୟତନ ହୋଇଛି
reshuffle IAS officers

reshuffle IAS officers

Advertisment

IAS ସ୍ତରରେ ଅଦଳ ବଦଳ। କନ୍ଧମାଳରେ ବିଷାକ୍ତ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବିବାଦ ଭିତରେ ବଦଳିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ। ପ୍ରମୁଖ ସଚିବ ସଞ୍ଜୟ ସିଂହଙ୍କୁ ମିଳିଛି ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ।

Advertisment

ସେପେଟ ଶକ୍ତି ବିଭାଗ ସଚିବ ପଦରୁ ହଟିଛନ୍ତି ହେମନ୍ତ ଶର୍ମା। ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଦେଓରଞ୍ଜନ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ । SRC ଦାୟିତ୍ବ ସହ OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

ଅଧିକ ପଢ଼ନ୍ତୁ: ବଡ଼ ଖବର: ହଟିଲା ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’

କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ OPTCL ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍‌ଏନ୍‌ଙ୍କୁ ପଞ୍ଚାୟତିରାଜ ବିଭାଗ ଦାୟିତ୍ବ ମିଳିଥିବାବେଳେ ସ୍ବତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ମିଳିଛି ବୟନ ଓ ହସ୍ତତନ୍ତ ବିଭାଗର ଦାୟିତ୍ବ । 

Advertisment

କିଛିଦିନ ତଳେ ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିଲା । ବଦଳିଥିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା । ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ହୋଇଥିଲେ ଯାଜପୁର ଜିଲ୍ଲାପାଳ।

ସେହିଭଳି ନୟାଗଡ଼ଜିଲ୍ଲାପାଳ ଥିଲେ ସ୍ବଧା ଦେବ ସିଂଙ୍କର ବଦଳି ହୋଇଥିଲା । ତାଙ୍କୁ ପଂଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବାଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ଏପଟେ ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀର ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ବ ମିଳିଥିଲା । 

Advertisment
Odisha Government IAS Reshuffle IAS Officers IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ