Advertisment

Tobacco & Gutkha Taxes: କ୍ୟାନସର୍ ବିକି କୋଟି କୋଟିର ଟିକସ ! ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ...

ତମାଖୁ ବଢ଼ାଇଥିଲା କି ପୂର୍ବ ସରକାରଙ୍କ ରାଜସ୍ବ ନିଶା ? ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ ।

undefined

Tobacco & Gutkha Taxes

Advertisment

ଓଡ଼ିଶାକୁ ଗିଳି ଚାଲିଛି କି ତମାଖୁ ରାକ୍ଷସ ? ଉଦବେଗ ସୃଷ୍ଟି କଲା ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଚିନ୍ତାଜନକ ତଥ୍ୟ। ଗତ ୧୧ ବର୍ଷ ହେଲା ରାଜ୍ୟରେ କ୍ରମାଗତ ବଢ଼ିଚାଲିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ। ମିଳିଛି ପ୍ରାୟ ସାଢ଼େ ୬ ହଜାର କୋଟିର ଟିକସ୍। କେବଳ ଗତବର୍ଷ ମିଳିଛି ୧ ହଜାର କୋଟି। ଟିକସ୍ ବଢ଼ିଛି ମାନେ ବିକ୍ରି ବି ନିଶ୍ଚିତ ହୁ ହୁ ବଢ଼ିଛି। ତେବେ ପୂର୍ବ ସରକାର ୨୦୧୩ରେ ଗୁଟଖା ଓ ପାନମସଲାକୁ ବ୍ୟାନ୍ କରିଥିଲେ ବି, ୨୦୧୪ରୁ ୨୦୨୪ ଭିତରେ କ୍ୟାନସର ସୃଷ୍ଟିକାରୀ ଏହିସବୁ କ୍ଷତିକାରକ ଦ୍ରବ୍ୟ ବିକ୍ରି ଉପରେ କାହିଁକି ରୋକ୍ ଲଗାଯାଉନଥିଲା, ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ।

Advertisment

ତମାଖୁ ବଢ଼ାଇଥିଲା କି ପୂର୍ବ ସରକାରଙ୍କ ରାଜସ୍ବ ନିଶା ? ସାମ୍ନାକୁ ଆସିଲା ଗତ ୧୧ ବର୍ଷର ଚାଞ୍ଚଲ୍ୟକର ତଥ୍ୟ । ହୁ ହୁ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ । କ୍ୟାନସର ବିକି ପାଇଛନ୍ତି ହଜାର ହଜାର କୋଟି ଟଙ୍କା ! ଏପଟେ ଗୁଟଖା ବି ବ୍ୟାନ୍ ସତ୍ତ୍ବେ ବଜାରରେ ହାଉଜାଉ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ତମାଖୁ ଓ ପାନମସଲାରୁ ୨୦୧୪-୧୫ରେ ଯେଉଁଠି ୧୭୪ କୋଟି ୭୧ ଲକ୍ଷ ଟଙ୍କା ଟିକସ ମିଳିଥିଲା, ୨୦୨୩-୨୪ରେ ତାହା ୧ ହଜାର ୧୨ କୋଟି ୫୬ ଲକ୍ଷକୁ ବଢ଼ିଥିଲା। ଆଉ ୨୦୨୪-୨୫ରେ ଗତ ଫେବୃଆରୀ ସୁଦ୍ଧା ଆଦାୟ ହୋଇଛି ୧ ହଜାର ୪୭ କୋଟି ୮୨ ଲକ୍ଷ ଟଙ୍କା ଟିକସ। ଅର୍ଥାତ୍ ୧୦ ବର୍ଷ ଭିତରେ ପ୍ରାୟ ୬ ଗୁଣ ବଢ଼ିଛି ତମାଖୁ ଓ ପାନମସଲାରୁ ଟିକସ ଆଦାୟ। କେବଳ ଏତିକି ନୁହେଁ, କର୍କଟ ସୃଷ୍ଟିକାରୀ ଏହି ତମାଖୁ ଦ୍ରବ୍ୟରୁ ଗତ ୧୧ ବର୍ଷରେ ଯେତିକି ଟିକସ ଆଦାୟ ହୋଇଛି, ଶୁଣିଲେ ହୁଏତ ଆପଣଙ୍କ ହୋସ୍ ଉଡ଼ିଯିବ। ୬ ହଜାର ୫୯୫ କୋଟି ୫୫ ଲକ୍ଷ ଟଙ୍କା। 

ଅଧିକ ପଢ଼ନ୍ତୁ: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା।

Advertisment

ଏଠି ପ୍ରଶ୍ନ ଉଠୁଛି- ଗତ ବିଜେଡି ସରକାରରେ ବେଲଗାମ୍ ହୋଇଯାଇଥିଲା କି ତମାଖୁ ଦ୍ରବ୍ୟ ବିକ୍ରି ? ଘାରିଯାଇଥିଲା କି ଅଧିକ ରାଜସ୍ବ ସଂଗ୍ରହ ନିଶା ? ମୁଖଗହ୍ବର କର୍କଟର ମୁଖ୍ୟ କାରଣ ତମାଖୁ ସାମଗ୍ରୀ ହୋଇଥିଲେ ବି, କାହିଁକି ଏହା ଉପରେ ଲଗାମ୍ ଲଗାଯାଉନଥିଲା ? ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଗତ ୧୦ ବର୍ଷର ଏହି କଚ୍ଚାଚିଠାକୁ ସାମ୍ନାକୁ ଆଣିବା ପରେ, ପୂର୍ବରୁ ହୋଇଥିବା ଆଇନ ପ୍ରଣୟନ ଓ ତାହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଯାହାର ଜବାବ ରଖିଛି ବିଜେଡି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଏବେ ନଜର ପକାନ୍ତୁ କିପରି ଓଡ଼ିଶା ସାରା ଦେଶ ପାଇଁ ପାଲଟିଛି ତମାଖୁ ଦ୍ରବ୍ୟ ବିକ୍ରିର ପ୍ରମୁଖ ପେଣ୍ଠସ୍ଥଳ। ତଥ୍ୟ କହୁଛି, ଓଡ଼ିଶାକୁ ୧୬ଟି ରାଜ୍ୟରୁ ଆସୁଛି ତମାଖୁ, ଗୁଟଖା ଓ ପାନମସଲା। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ। ତା ସହ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା, ଆସାମ, ଦିଲ୍ଲୀ, ଗୁଜରାଟ, ହରିୟାଣା, ରାଜସ୍ଥାନ। ଅର୍ଥାତ୍ ଓଡ଼ିଶାର ତମାଖୁ ଚାହିଦା ମେଣ୍ଟାଉଛନ୍ତି ଦେଶର ଅଧାରୁ ଅଧିକ ରାଜ୍ୟ। ସେପଟେ ୨୦୧୩ରେ ଓଡ଼ିଶା ସରକାର ତମାଖୁ ଓ ନିକୋଟିନ୍ ଯୁକ୍ତ ଗୁଟଖା ଓ ପାନମସଲା ଉପରେ ବ୍ୟାନ୍ ଲଗାଇଥିଲେ ବି, ବଜାରରେ ମାଳ ମାଳ ହୋଇ ଝୁଲୁଛି ଏହି କ୍ଷତିକାରକ ତଥା ଘାତକ ସାମଗ୍ରୀ। କଂପାନୀ ଯୋଗାଉଛନ୍ତି, ଦୋକାନୀ ବିକୁଛନ୍ତି ଓ ଲୋକେ ବି କିଣୁଛନ୍ତି । ଲାଗୁଛି ସମାଜକୁ ଗିଳି ଚାଲିଛି ନିଶା ରାକ୍ଷସ। ନିଶା ରାକ୍ଷସକୁ ହରାଇବା ପାଇଁ କେବଳ ପ୍ରଶାସନିକ ପଦକ୍ଷେପ ନୁହେଁ, ଲୋକଙ୍କୁ ବି ସଚେତନ ହେବାର ଆବଶ୍ୟକତା ରହିଛି।

Advertisment

ଅଧିକ ପଢ଼ନ୍ତୁ: ଘଣ୍ଟି ବଜାଇଲେ ମୋହନ, ୧ କୋଟି ମହିଳାଙ୍କୁ ମିଳିଲା ଦ୍ୱିତୀୟ କିସ୍ତି

Odisha Tobacco Gutkha Taxes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ