Advertisment

ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର

ରାଜ୍ୟର ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବହୁ ପ୍ରତିକ୍ଷୀତ ତଥା ବହୁ ଚର୍ଚ୍ଚିତ 'ସୁଭଦ୍ରା' ଯୋଜନା ।

undefined

Subhadra Yojana

Advertisment

ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାର ନଗଦ ରାଶି । ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ୨୦୨୪ ନିର୍ବାଚନରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନାକୁ ଗତକାଲି ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପରେ ଆଜି ବିଧାନସଭାରେ ଯୋଜନାର ଏସଓପି ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment

୨୦୨୪-୨୫ ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ରାଜ୍ୟର ମୋଟ୍ ୧ କୋଟିରୁ ଅଧିକ ମହିଳା ସାମିଲ ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୫୫ ହଜାର ୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଛି ।

ଏବେ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାରେ କିଏ ଅନ୍ତର୍ଭୁକ୍ତ ହେବେ ଏବଂ କେଉଁମାନେ ବାଦ୍ ପଡ଼ିବେ । ଯୋଜନାର ଗାଇଡଲାଇନ୍ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ବୟସ ବର୍ଗର ମହିଳା ଯୋଜନାରେ ସାମିଲ ହୋଇପାରିବେ। ତେବେ ଆର୍ଥିକ ସ୍ୱଚ୍ଛଳ ବର୍ଗ, ସରକାରୀ ଚାକିରି ଏବଂ ଆୟକର ଦେଉଥିବା ମହିଳା ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

Advertisment

ସେହିଭଳି କୌଣସି ସରକାରୀ ଯୋଜନାରେ ମାସିକ ୧୫ ଶହ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାଠୁ ଅଧିକ ସହାୟତା ରାଶି ପାଉଥିଲେ, ସେମାନେ ମଧ୍ୟ ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ। ଏହି ଯୋଜନାରେ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଏବଂ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ । ଆକାଉଣ୍ଟରୁ ଟଙ୍କା ଉଠାଣ ପାଇଁ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ସୁଭଦ୍ରା ଡେବିଟ୍ କାର୍ଡ୍ ।

ସୁଭଦ୍ରା ଯୋଜନାରେ ସାମିଲ ହେବା ଲାଗି ମହିଳାମାନେ ଅଙ୍ଗନୱାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ଉପଲବଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ସୁଭଦ୍ରା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେବା ଲାଗି ସରକାରଙ୍କ ପକ୍ଷରୁ ଏକ କଲ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

Advertisment

Subhadra Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ