Advertisment

Odisha CM Cracks Down on Pandian System: ପାଣ୍ଡିଆନ୍ ସିଷ୍ଟମ୍ ଉପରେ ମୋହନଙ୍କ ମାଡ଼; ୧୦ ବର୍ଷର ପୁରୁଣା ଫାଇଲ୍ ଖୋଜିଲେ ସିଏମ୍...

ପ୍ରଶାସନିକ କଳରେ ପାଣ୍ଡିଆନ ଷ୍ଟାଇଲ ଅପରେସନକୁ ହଟାଇବାକୁ ବଡ ପଦକ୍ଷେପ। ଆଉଟସୋର୍ସିଂ ସିଷ୍ଟମ ଚେର ଖୋଜିବାକୁ ପ୍ରୟାସ ଆରମ୍ଭ। ୧୦ ବର୍ଷର ଫାଇଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

undefined

Odisha CM Cracks Down on Pandian System

Advertisment

ପ୍ରଶାସନିକ କଳରେ ପାଣ୍ଡିଆନ୍ ସିଷ୍ଟମର ଗଫଲତି ଧରିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମରେ ଆଉଟ୍ ସୋର୍ସିଂ ପ୍ରକ୍ରିୟା ବାଦ୍ ଦେବାକୁ ମୁଖ୍ୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ? ସେ ନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। 

Advertisment

ପାଣ୍ଡିଆନ୍ ସିଷ୍ଟମ ଉପରେ ମୋହନଙ୍କ ମାଡ଼। ପ୍ରଶାସନିକ କଳରେ ପାଣ୍ଡିଆନ ଷ୍ଟାଇଲ ଅପରେସନକୁ ହଟାଇବାକୁ ବଡ ପଦକ୍ଷେପ। ଆଉଟସୋର୍ସିଂ ସିଷ୍ଟମ ଚେର ଖୋଜିବାକୁ ପ୍ରୟାସ ଆରମ୍ଭ। ୧୦ ବର୍ଷର ଫାଇଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ୫ ଇଞ୍ଜିନିୟରିଂ ବିଭାଗରେ କମ୍ପନ। ମୁଖ୍ୟ ଶାସନ ସଚିବଙ୍କୁ ନୋଟ ସିଟ୍ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲେଖିଛନ୍ତି ସରକାରଙ୍କ ପାଖରେ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ସହ ଦକ୍ଷ ଦକ୍ଷ ଇଞ୍ଜିନିୟର ଥିବା ବେଳେ, କାହିଁକି ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଉଛି ଇଞ୍ଜିନିୟରିଂ କାମ? ଏମିତି କି ଛୋଟ ଛୋଟ କାମ, ଆଉ ପ୍ରକଳ୍ପର ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ ଏବଂ ଡିପିଆର ପ୍ରସ୍ତୁତ ପାଇଁ ବି ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଉଛି। ଯାହା ଏକ ଅସୁସ୍ଥ ପରମ୍ପରା ତିଆରି କରୁଛି। ଏହା ସହ ଏଭଳି ନିଷ୍ପତ୍ତି ସରକାରୀ ଇଞ୍ଜିନିୟରମାନଙ୍କ କାର୍ଯ୍ୟ ଦକ୍ଷତା ଏବଂ ଅଭିଜ୍ଞତା ଉପରେ ପ୍ରଶ୍ନବାଚୀ ଛିଡା କରିଛି। ତେଣୁ ବିଗତ ୧୦ ବର୍ଷରେ କେଉଁ କେଉଁ ବିଭାଗ କେତେ ବେସରକାରୀ ସଂସ୍ଥାକୁ କେତେ ଟଙ୍କାର କାମ ଦେଇଛନ୍ତି ତାର ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। 

ମେ ମାସରେ ସରକାରୀ କଳରେ ଏହି ଭୁଲ୍ ଧରି ମୁଖ୍ୟ ସଚିବଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୧୦ ବର୍ଷର ତଥ୍ୟ ମାଗିବା ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, କେଉଁ ଉପାୟ ଅବଲମ୍ବନ କଲେ ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏସବୁ କାର୍ଯ୍ୟ ପାଇଁ ସକ୍ଷମ ହୋଇପାରିବ। ଏବଂ ଆଉ କଣ ଆଧୁନିକ ଯନ୍ତ୍ରପାତି ଇଞ୍ଜିନିୟରିଂ ବିଭାଗକୁ ଆବଶ୍ୟକ। ସେ ନେଇ ଗଭୀର ସମୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ବିଭାଗକୁ ଏନେଇ ତଥ୍ୟ ବି ମଗାଯାଇଛି।  ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ଆମ ସରକାର ଆସିବା ପରେ ଇଞ୍ଜିନିୟରିଂ ବିଭାଗକୁ ସକ୍ଷମ କରିବାକୁ ତାଲିମ କାର୍ଯ୍ୟକ୍ରମ ସହ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପୂର୍ବରୁ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା ଏହାକୁ ଦଖଲ କରି ରଖିଥିଲେ।

Advertisment

ବିଶେଷ କରି ଜଳସଂପଦ, ପୂର୍ତ୍ତ, ପଞ୍ଚାୟତିରାଜ ଏବଂ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ନଗର ଉନୟନ୍ନ ବିଭାଗରେ ବର୍ଷ ବର୍ଷ ଧରି ଆଉଟସୋର୍ସିଂ ସଂସ୍ଥା ମାନେ ନିଜ ଦଖଲରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଧରପଗଡ ପରେ ଏହି ବ୍ୟବସ୍ଥାରେ କେମିତି ସୁଧାର ଆସି ପାରୁଛି ତା ଉପରେ ନଜର।

ଅଧିକ ପଢନ୍ତୁ: ଚୋରି ହୋଇନି ମୋଦକ, ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

Odisha CM Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ