Advertisment

ଆସିଲା ସିଏଜି ରିପୋର୍ଟ, ଫିଟିଲା ଗୁମର: ୭୮୨ କୋଟି ନେଇଗଲେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକ ଭାବେ ମିଳିଥିବା ସିଏଜି ତଥ୍ୟ ଅନୁଯାୟୀ, ପୁରୀର ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ ୮ କୋଟି ଟଙ୍କା କ୍ଷତି ହୋଇଛି ।

ଅଦ୍ୟତନ ହୋଇଛି
CAG report

CAG report

Advertisment

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରାଥମିକ ଭାବେ ମିଳିଥିବା ସିଏଜି ତଥ୍ୟ ଅନୁଯାୟୀ, ପୁରୀର ତତ୍କାଳୀନ ଜିଲ୍ଲାପାଳଙ୍କ ପାଇଁ ୮ କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଯାଇଛି CAG ରିପୋର୍ଟରେ। 

Advertisment

ରାଜସ୍ବ ବିଭାଗ ନୀତି ଅନୁସାରେ ସ୍କୁଲ, କଲେଜ ପାଇଁ ରିହାତି ଦରରେ ଜମି ମନା ଥିବାବେଳେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପୁରୀ ଜିଲ୍ଲାପାଳ ୫ ଏକର ଜମି ଲିଜ୍ ଦେଇଥିଲେ। ପୁରୀ ଜିଲ୍ଲାପାଳଙ୍କ ଏହି ଅନିୟମିତ କାର୍ଯ୍ୟ ପାଇଁ ୮.୪୭ କୋଟି ରାଜସ୍ବ ହାନୀ ଘଟିଥିଲା। 

ସିଏଜି ରିପୋର୍ଟରେ ଫିଟିଲା ବଡ଼ ଗୁମର । ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା । କାଳିଆ ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ ଆସିଛି  । ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେଇଥିଲେ । ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି । ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି । ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ । ପରେ ଡାଟାବେସ୍‌ ବିଶ୍ମେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ । ଏମିତି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇଯାଇଥିଲେ । ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିଲେ । ସେମିତି ତାଲିମ ନଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ । ୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ପାଇଯାଇଥିଲେ ।

Advertisment

ସେହିପରି ବାଙ୍ଗିରିପୋଷି ତହସିଲଦାରଙ୍କ ପାଇଁ ୧୦ କୋଟିର ରାଜସ୍ବ ଅନାଦେୟ ରହିଛି। ଲଘୁ ଖଣିଜ ପଦାର୍ଥ ଲିଜ୍ ଧାରୀଙ୍କଠାରୁ ଅଗ୍ରୀମ ରୟାଲିଟି ଆଦାୟ କରିବା କଥା। ବାଙ୍ଗିରିପୋଷି ତହସିଲଦାର କିନ୍ତୁ ୧୦.୩୫ କୋଟି ଆଦାୟ କରିନଥିଲେ।ତହସିଲଦାରଙ୍କ ପାଇଁ ୧୦ କୋଟି ୩୫ ଲକ୍ଷ ରାଜସ୍ବ ଆଦାୟ ହୋଇପାରିନଥିବା CAG ରିପୋର୍ଟରେ ଦର୍ଶାଯାଇଛି।

ଅନ୍ୟପଟେ ଜାଲ୍ ପ୍ରମାଣପତ୍ରରେ କେମିତି ଛାତ୍ର ବୃତ୍ତି ହଡ଼ପ କରାଯାଇଛି ତାହାର ମଧ୍ୟ ଗୁମର ଖୋଲିଛି ସିଏଜି ରିପୋର୍ଟ । ୯୭ ଲକ୍ଷ ଟଙ୍କାର ବୃତ୍ତି ଟଙ୍କା ହଡପ୍ କରାଯାଇଥିବା ଦର୍ଶାଯାଇଛି । ଜାଲ୍ ପ୍ରମାଣପତ୍ରରେ ଏସ୍ ସି/ଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତି ଟଙ୍କା ହଡ଼ପ୍ କରାଯାଇଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଯାଞ୍ଚ ନକରିବାରୁ ୯୭.୩୨ ଲକ୍ଷ ଟଙ୍କା ହଡ଼ପ୍ ହୋଇଥିବା ଦର୍ଶାଯାଇଛି ସିଏଜି ରିପୋର୍ଟରେ। ନକଲି ଆୟ ପ୍ରମାଣପତ୍ର ଦେଖାଇ ବୃତ୍ତି ଟଙ୍କା ନେଇଗଲେ ୪୮ ପିଲା। ଅନୁବନ୍ଧିତ ହୋଇନଥିବା କିଛି ଶିକ୍ଷାନୁଷ୍ଠାନ ବି ନେଇଯାଇଥିଲେ ବୃତ୍ତି ଟଙ୍କା। ୩୮ଟି ଶିକ୍ଷାନୁଷ୍ଠାନର ୫୬୬୦ ପିଲାଙ୍କୁ ବେଆଇନ ଭାବେ ୧୮ କୋଟି ଦିଆଯାଇଥିବା ସିଏଜି ଦର୍ଶାଇଛନ୍ତି ରିପୋର୍ଟରେ।

Advertisment

ଅପରପକ୍ଷେ ସମବାୟ ବିଭାଗର ଭ୍ରାମ୍ୟମାଣ ଏଟିଏମ୍‌ରେ ହୋଇଛି ବଡ଼ ଘୋଟାଲା । କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍‌ ପାଇଁ ପାଣିରେ ପଡ଼ିଛି ୮ କୋଟି ଟଙ୍କା । ୨୦୧୬ରୁ ୨୦ ମଧ୍ୟରେ ସମବାୟ ବିଭାଗ କିଣିଥିଲା ୨୦ଟି ଏଟିଏମ୍‌ । ୨୦ଟି ଭ୍ରାମ୍ୟମାଣ ଏଟିଏମ୍‌ ପାଇଁ ଖର୍ଚ୍ଚ ହୋଇଥିଲା ୨୦ କୋଟି ୬୯ ଲକ୍ଷ । ଇଣ୍ଟରନେଟ୍‌ ସମସ୍ୟା ଓ କର୍ମଚାରୀ ନିୟୋଜନ ଅଭାବରୁ ଏଟିଏମ୍‌ ସବୁ ଠପ୍‌ ହୋଇଯାଇଛି । କିଣା ଯାଇଥିବା ଏଟିଏମ୍‌ କାମରେ ନଲାଗିବାରୁ ୮ କୋଟି ୬୯ ଲକ୍ଷ ଗୋଲ୍‌ ହୋଇଯାଇଛି ।

KALIA Scheme CAG Report Mohan Majhi CAG Reports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ