Advertisment

ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍; ବଲାଙ୍ଗୀରକୁ ଅବହେଳା ନେଇ ବିଜେଡି ଉପରେ ବର୍ଷିଲେ

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି।

ଅଦ୍ୟତନ ହୋଇଛି
Balangir

Balangir

Advertisment

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିବା ସହ ବଲାଙ୍ଗିର ବିକଶିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ମହାନଦୀ ଜଳ ବିବାଦକୁ ନେଇ ସୂଚନା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଥର ଆଲୋଚନା କରାଯାଇଛି। ନୂଆ ସରକାର ହେବା ପରେ ଏହି ପ୍ରସଙ୍ଗକୁ ଅତି ଗୁରୁତ୍ବ ଦିଆଯାଇଛି।ବିବାଦ ସମାଧାନ ପାଇଁ ଆଲୋଚନା ଚାଲିଛି। ଖୁବଶୀଘ୍ର ଏନେଇ ସବିଶେଷ ସୂଚନା ଦିଆଯିବ।

ପୂର୍ବ ସରକାର ଅମଳରେ ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାକୁ ଯେତେ ଗୁରୁତ୍ୱ ଦିଆଯିବା କଥା ଦିଆଯାଇନି। ବିଜେପି ସରକାର ଆସିବା ପରେ ଅନେକ ଯୋଜନା ହାତକୁ ନେଉଛନ୍ତି। ଗତକାଲି ଜଳସେଚନ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ସେତୁ ନିର୍ମାଣ ଓ ସଡକ ନିର୍ମାଣ ଭଳି ୮୯୦ କୋଟି ମୂଲ୍ୟର ୮୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଖୁବଶୀଘ୍ର ବିକାଶର ଧାରା ତ୍ୱରାନ୍ୱିତ ହେବ।

Advertisment

ଲୋଇସିଂହା, ଟିଟଲାଗଡ଼, ପାଟଣାଗଡ଼କୁ ବିଶେଷ ଧ୍ୟାନ ଦିଆଯିବ। ଖୁବଶୀଘ୍ର ବେଲପଡାରେ ଅପର୍ ଲାବ୍ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ସରିବ। ଏଥିପାଇଁ ୩୦୦କୋଟି ଟଙ୍କା ପ୍ରଦାନ କରାଯାଇଛି। ବେଲପଡା ବ୍ଲକରେ ଥିବା ୨୫ଟି ଗାଁର ୩୮ହଜାରରରୁ ଅଧିକ ଚାଷୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ୨୪୯୫ ମିଟର ଲମ୍ୱା ଡ୍ୟାମରେ ୨୦ କିଲୋୱାଟ୍ ବିଜୁଳି ଉତ୍ପାଦନ କ୍ଷମ ଜଳବିଦ୍ୟୁତ ଶକ୍ତି ୟୁନିଟ ସ୍ଥାପନ ପାଇଁ ଯୋଜନା ରହିଛି।

ନୂଆ ସରକାର ଆସିବା ପରେ ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଇଛି। ଧାନର ଏମଏସପି ବୃଦ୍ଧି କରାଯାଇ ୩୧୦୦ଟଙ୍କା କରାଯାଇଛି। ଏଥିସହ ପିଏମ କିଷାନ ଓ ସିଏମ କିଷାନ ମାଧ୍ୟମରେ ଚାଷୀଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ପାଟଣାଗଡ଼ ଓ ବେଲପଡାରେ ପାନୀୟଜଳର ବ୍ୟବସ୍ଥା, ବାଇପାସ କରିବା ପାଇଁ ୧୧୯କୋଟି ଟଙ୍କା ପ୍ରଦାନ କରାଯାଇଛି।ପାଟଣାଗଡ଼ ସବଡିଭିଜିନାଲ୍ ହସ୍ପିଟାଲରେ ୫୦ ବେଡ୍ ବିଶିଷ୍ଟ ଏକ ଅତ୍ୟାଧୁନିକ ହସ୍ପିଟାଲ୍ ଉଦଘାଟନ କରାଯାଇଛି।

Advertisment

ଏଥିରେ ଡାୟାଲିସିସ ଓ ସବୁ ପ୍ରକାର ଟେଷ୍ଟ କରିବା ପାଇଁ ବ୍ୟବସ୍ତା ହେବ। ଟିଟିଲାଗଡ଼ ବି ଡାୟାଲିସିସ କେନ୍ଦ୍ର ଉଦଘାଟନ ହୋଇଛି। ୩ଟି ମେଗା ଓ ମିନି ମେଗା ଜଳସେଚନ ବ୍ୟବସ୍ଥା ହୋଇଛି। ପାଇପ ଯୋଗେ ଘରକୁ ଘର ପାନୀୟ ଜଳଯୋଗାଣ କରାଯିବ। ପ୍ରତିମାସରେ ସମୀକ୍ଷା କରିବେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ।

ଏଥିସହ ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିକରଣ ହେବ। 2B କାଟାଗୋରୀକୁ ଉନ୍ନୀତ ହେବ ତୁଷୁରା ଏୟାରଷ୍ଟ୍ରିପ। ଏଥିପାଇଁ ପ୍ରାୟ ୬୫ କୋଟ ଖର୍ଚ୍ଚ ହେବ। ରେଳ ଲାଇନକୁ ଗୁରୁତ୍ୱ ଦିଆଯିବ। ଖୁବଶୀଘ୍ର ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ଶୀଘ୍ର ସରିବ। ତେବେ ମୋଟାମୋଟି ଭାବରେ ବଲାଙ୍ଗୀରକୁ ବିକଶିତ ଜିଲ୍ଲା କରିବାକୁ ପ୍ରସ୍ତାବ ଦିଆଆଯାଇଛି। ପୂର୍ବ ସରକାରରେ କାମ ତ୍ବରାନିତ ହୋଇନଥିଲା। ଏବେ ଡବଲ୍ ଇଞ୍ଜିନ୍ ସରକାରରେ ସରିବ କାମ।

Odisha CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ