Odisha CM Mohan Majhi: ନିରଞ୍ଜନ ପଟ୍ଟନାୟକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ଚୋରି ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାପଲ୍ଲୀ ଆଇ.ଆର.ସି. ଭିଲେଜ୍ ଅଞ୍ଚଳରେ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆଇ.ଆର.ସି. ଭିଲେଜ୍ ସ୍ଥିତ ବାସଭବନରୁ ଚୋରି ହୋଇଛି । ଗତକାଲି ରାତି ପ୍ରାୟ ଅଢ଼େଇଟା ସମୟରେ କେହି ଆଲମିରା ଲକର୍ ତାଡ଼ି ଲୁଟ୍ କରି ଫେରାର ହୋଇଯାଇଛନ୍ତି ।

ସିସିଟିଭିରେ କଏଦ ହୋଇଛି ଚୋରି ସମୟର ଦୃଶ୍ୟ । ଦୁବୃର୍ତ୍ତ ଘର ଭିତରେ ବେଫିକର୍ ଭାବେ ପଶି ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଅନୁସାରେ ନିରଞ୍ଜନଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି । ଏଭଳି ଘଟଣା ଘଟାଇ ରାଜଧାନୀ ଭୁବନେଶ୍ବରରେ ଅପରାଧୀ କମିସନରେଟ୍ ପୁଲିସକୁ ଖୋଲା ଚ୍ୟାାଲେଞ୍ଜ୍ ଦେଇଛନ୍ତି । 'ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ,ବୋହୂ ଓ ମୋର ୨ ପୁଅ ରୁହନ୍ତି । ସେହି ଘରେ ଚୋରି ହୋଇଛି । ଚୋରମାନେ ବିଳମ୍ବିତ ରାତିରେ ଘରେ ପଶିଥିଲେ । ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର । ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବାନ୍ଧିଥିଲା ।' ତେବେ ଘଟଣାସ୍ଥଳରେ କଟକ ଓ ଭୁବନେଶ୍ବର ଡିସିପି ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି । 

ଏହି ଘଟଣା ଜାଣିବାପରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ଚୋରି ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନକୁ ଯାଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି । 

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ ମୋହନ ଚରଣ ମାଝୀ,ଗାଁ ଲୋକଙ୍କ ହାତରେ ରହିବ ବିକାଶର ଚାବିକାଠି