Advertisment

Pravasi Bharatiya Divas 2025: ଯୁବ ସମାବେଶରୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆରମ୍ଭ

ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ। ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଏହାକୁ କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Prabasi Bharatiya Divas

Prabasi Bharatiya Divas

Advertisment

ଅପେକ୍ଷାର ଅନ୍ତ। ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଅଛନ୍ତି। ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ। ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଏହାକୁ କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Advertisment

ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ। କହିଲେ, ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ ।ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ । ପ୍ରତ୍ୟେକ ପ୍ରବାସୀଙ୍କୁ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଆପଣଙ୍କ ସଫଳତା ଆମକୁ ଖୁସି ଦେଇଥାଏ । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ମୁଁ ଚାହୁଁଛି ଆପଣ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣନ୍ତୁ । ପୁରୀ, କୋଣାର୍କ, ଧଉଳି, ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ବୁଲନ୍ତୁ । ଡାଲମା, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଆ ଖାଦ୍ୟର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ବରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ପ୍ରବାସୀଙ୍କୁ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଅନୁରୋଧ କଲେ। ଏହାଦ୍ବାରା ସମ୍ପର୍କ ଆହୁରି ମଜବୁତ ହେବ, ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିଜର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୫ ବର୍ଷର ରୋଡମ୍ୟାପ୍ ପ୍ରଦାନ କରିଥିଲେ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ରଖାଯାଇଛି। ମହାତ୍ମା ଗାନ୍ଧି ଅନେକ କିଛି ଶିକ୍ଷାଲାଭ କରି ଆଫ୍ରିକାରୁ ଭାରତ ଫେରିଥିଲେ। କଳାଗାରୋ ଭେଦଭାଦ ଦୂର କରିବା ଲକ୍ଷ୍ୟ ରଖିଥିଲେ । ଆପଣମାନେ ମଧ୍ୟ ବିଦେଶରେ ଅନେକ ସ୍ଥାନରେ ନିୟୋଜିତ ଅଛନ୍ତି। ଯେଉଁଠି କାମ କରୁଛନ୍ତି ଅନେକ କିଛି ଶିଖିବାକୁ ମିଳୁଛି। ଏହି ‍ଜ୍ଞାନ ସହ ଦେଶକୁ ଆଗକୁ ନେବାକୁ ହେବ। ସବକା ସାଥ୍ ସବକା ବିକାଶ ପାଇଁ ଏହା ନିତାନ୍ତ ଆବଶ୍ୟକ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ। ଦୁନିଆରେ ସବୁଠୁ ଅଧିକ ଯୁବକ ଭାରତରେ ଅଛନ୍ତି। ପ୍ରତି ୨୦ଜଣରେ ୧୩ଜଣ ଭାରତୀୟ ନାଗରିକ ଯୁବକ ଯେଉଁମାନଙ୍କ ବୟସ ୩୫ ବର୍ଷରୁ କମ୍। ଦେଶକୁ ବିକଶିତ ପାଇଁ ଯୁବ ଶକ୍ତିର ଆବଶ୍ଯକତା ରହିଛି । କୋଭିଡ୍ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନି।

Advertisment

ସେହିପରି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର। ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ ବୋଲି କହିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମେ ବିକଶିତ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। କୋଭିଡ ସମୟରେ ଭାରତ ନିଜସ୍ବ ଟିକା ତିଆରି କରିଥିଲା । ଚନ୍ଦ୍ରଯାନ-୩, ଗଗନଯାନ ମିଶନ ମଧ୍ୟ ଆମ ପାଇଁ ଗୋଟିଏ ଗୋଟିଏ ସଫଳତା । କେବଳ ସେତିକି ନୁହେଁ, ବହୁତ ଯୁଗାନ୍ତକାରୀ ଯୋଜନା ଲୋକଙ୍କ ଜୀବନଧାରଣ ମାନକୁ ବଦଳାଇଛି । ସ୍ବଚ୍ଛ ଭାରତ, ଆବାସ, ବେଟି ବଚାଅ ବେଟି ପଢ଼ାଅ ଏହାର ଉଦାହରଣ ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ।

Bhubaneswar Odisha CM Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ