୨୦ ଲକ୍ଷର ସହାୟତା
ଏଫଏମ୍ କଲେଜ ପୀଡିତାଙ୍କ ପରିବାରକୁ ସରକାରଙ୍କ ସହାୟତା ଘୋଷଣା । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅବସରର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି । କହିଛନ୍ତି, ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ସେ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ବ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତର ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ବେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରିବାକୁ ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ବସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଦୋଷୀଙ୍କୁ ଆଇନ୍ ଅନୁସାରେ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ ।...ଏଥି ପାଇଁ ବ୍ୟକ୍ତିଗତ ଭାବେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି ପରିବାର ସହ ସରକାର ଦୃଢ ଭାବରେ ଛିଡା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।..
ଭୁବନେଶ୍ବର ଏମସରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ସୁପର ଆଇସିୟୁରେ ଚିକିତ୍ସାଧିନ ଥିଲେ। ଗତ ଶନିବାର ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ ପୀଡିତା। ତାଙ୍କ ଦେହର ୯୫ ପ୍ରତିଶତ ପୋଡି ଯାଇଥିଲା। ନିଆଁ ଲାଗିବା ଯୋଗୁଁ ତାଙ୍କର କିଡନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ରାତିରେ ହିଁ ସୌମ୍ୟାଙ୍କ ମୃତଦେହର ଶବ ବ୍ୟବଛେଦ ହୋଇଥିଲା। ଘର ଲୋକଙ୍କ ଇଛ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ପଲାସିଆକୁ ନେଇ ଶେଷକୃତ୍ୟ କରାଯାଇଛି ।
ବାଲେଶ୍ବର ଏଫ ଏମ କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ ଶିକ୍ଷା ବିଭାଗର ଏଚଓଡିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ ସୌମ୍ୟାଶ୍ରୀ। ତାଙ୍କ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନେଇନଥିଲେ। ଯେଉଁଥିପାଇଁ ଶନିବାର ସେ ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଉଦ୍ୟମ କରିଥିଲେ। ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗତ ରାତିରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟାଶ୍ରୀ। ଜୀବନ ମରଣ ସହ ୬୦ ଘଣ୍ଟାର ଲଢ଼େଇ ପରେ ଶେଷରେ ହାରିଗଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752558883.jpg)