Advertisment

ଆନ୍ଧ୍ର ସହ ସୀମା ବିବାଦରେ ଓଡ଼ିଶାର ଜିତାପଟ୍

ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ।

ଅଦ୍ୟତନ ହୋଇଛି
Odisha-Andhra

Odisha-Andhra

Advertisment

ଓଡ଼ିଶା ଜାଗା ଉପରେ ଦାଦାଗିରି ଦେଖାଉଥିଲା ଆନ୍ଧ୍ରପ୍ରଦେଶ। ଆମେ କୋରାପୁଟର କୋଟିଆ କଥା କହୁନୁ । ଗଜପତି ଜିଲ୍ଲା କାଶୀନଗରରେ ଏକ ବାଲିଘାଟ ଅଞ୍ଚଳକୁ ନେଇ ଦେଖାଦେଇଥିଲା ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ। ତେବେ ଉଭୟ ରାଜ୍ୟର ପ୍ରଶାସନ ମାପଚୁପ କରିବା ପରେ ସାମ୍ନାକୁ ଆସିଲା- ଦୁଧ୍ କା ଦୁଧ୍, ପାନୀ କା ପାନୀ। ସ୍ପଷ୍ଟ ହୋଇଗଲା ଯେ, ଆନ୍ଧ୍ର ଦାବି କରୁଥିବା ଜାଗା ପ୍ରକୃତରେ ଓଡ଼ିଶାର। 

Advertisment

ଜିତିଲା ଓଡ଼ିଶା, ହାରିଲା ଆନ୍ଧ୍ରପ୍ରଦେଶ । ଆନ୍ଧ୍ର ସହ ସୀମା ବିବାଦରେ ଓଡ଼ିଶାର ଜିତାପଟ୍  । ବଂଶଧାରା ବାଲିଘାଟକୁ ନେଇ ଲାଗିଥିଲା ଛକାପଂଝା  । ବଂଶଧାରା ନଦୀର ବୁଦୁରା ବାଲିଘାଟ । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ବାଲିଘାଟକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଗତ ୩ ମାସ ଧରି ଲାଗି ରହିଥିଲା ଛକାପଂଝା । ପୂର୍ବରୁ ଏଠାରେ ଇଦୁଡ଼ି ଓ ବୁଦୁରା ଗାଁ ନିକଟ ବାଲିଘାଟ ପାଇଁ କାଶୀନଗର ତହସିଲ ପକ୍ଷରୁ ଟେଣ୍ଡର ଡକାଯାଉଥିବା ବେଳେ, ବର୍ଷେ ହେଲା ଖଣି ବିଭାଗ ଅଧୀନରେ ରହିଛି ସମସ୍ତ ବାଲିଘାଟ । ତେବେ ରାଜ୍ୟ ସୀମାକୁ ଲାଗିଥିବା ବୁଦୁରା ଗାଁକୁ ଆନ୍ଧ୍ରପ୍ରଦେଶ ନିଜର ବୋଲି ଦାବି କରିବା ପରେ, ଉପୁଜିଥିଲା ବିବାଦୀୟ ସ୍ଥିତି। ପୂର୍ବରୁ ମଧ୍ୟ ଏହାର ସର୍ଭେ ହୋଇଥିଲେ ବି, ସେତେବେଳେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । 

ତେବେ ୨ ଦିନ ତଳେ ପୁଣି ଥରେ ଏଠାରେ ହୋଇଛି ଆନ୍ଧ୍ର-ଓଡ଼ିଶା ମିଳିତ ସର୍ଭେ । ନକ୍ସା ଦେଖି ପୁଙ୍ଖାନୁପୁଙ୍ଖ ମାପଚୁପ ପରେ ଓଡ଼ିଶାର ଜିତାପଟ୍ ହୋଇଛି । ଗଜପତିର ଅତିରିକ୍ତ ଜିଲ୍ଲାପାଳ ଏବଂ ଆନ୍ଧ୍ର ପାଲକୋଣ୍ଡାର ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଉଭୟ ରାଜ୍ୟର ରାଜସ୍ବ ଓ ଖଣି ଅଧିକାରୀ ମାନେ ମୌଜା ମ୍ୟାପ୍ ଅନୁଧ୍ୟାନ କରି, ସେହି ବାଲିଘାଟ ଓଡ଼ିଶାରେ ରହିଥିବା ସ୍ପଷ୍ଟ କରିଥିଲେ । ସର୍ଭେ ରିପୋର୍ଟ ଉଭୟ ରାଜ୍ୟର ପ୍ରଶାସନକୁ ପ୍ରଦାନ କରିବା ପରେ ବୁଝାମଣା ମାଧ୍ୟମରେ ବାଲିଘାଟ ଚାଲୁ ରହିବ ବୋଲି ସୂଚନା ମିଳିଛି ।

Advertisment

ଅଭିଯୋଗ ହେଉଛି, କାଶୀନଗରର ଏହି ଅଞ୍ଚଳରେ ବିବାଦ ଯୋଗୁଁ ମାସ ମାସ ଧରି ବାଲିଘାଟରୁ ବାଲି ଉତ୍ତୋଳନ ବନ୍ଦ ରହୁଛି । ଫଳରେ ଲିଜଧାରୀ ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି ଏବଂ ଓଡ଼ିଶା ସରକାର ବି ରାଜସ୍ବ ହରାଉଛନ୍ତି। କେବଳ ଗୋଟିଏ ଦୁଇଟି ସ୍ଥାନ ନୁହେଁ, ବିଭିନ୍ନ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଏଭଳି ଦାଦାଗିରି ଦେଖାଉଥିବା ବି ଅଭିଯୋଗ ଆସିଛି । ତେବେ ଏନେଇ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

କୋରାପୁଟର କୋଟିଆ ହେଉ, କି ଗଜପତି ଜିଲ୍ଲାର ଏହି ଅଞ୍ଚଳ। ଓଡ଼ିଶାର ଜାଗା ଉପରେ ଆନ୍ଧ୍ରପ୍ରଦେଶ ଅଧିକାର ଜାହିର କରିବା ଫଳରେ ବାରମ୍ବାର ଉପୁଜୁଛି ବିବାଦୀୟ ସ୍ଥିତି। 

Advertisment

Border Dispute Odisha-Andhra Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ