Advertisment

Odisha CM criticizes Congress: କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌; ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ?

ମିଛ କହିବାର ଗୋଟେ ସୀମା ଅଛି। ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Odisha Chief Minister Mohan Majhi criticizes Congress in Assembly 

Odisha Chief Minister Mohan Majhi criticizes Congress in Assembly

Advertisment

ଗୃହ ବିଭାଗ ଖର୍ଚ୍ଚ ଦାବି ବିବୃତିରେ କଂଗ୍ରେସକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି, ବିରୋଧୀ କଂଗ୍ରେସ ଅଯଥା ଗୃହ କମିଟି ଦାବି କଲେ। ଏମିତି କଣ ଘଟଣା ଘଟିଛି ଯେ ଗୃହ କମିଟି ହେବ। ସର୍ବଦଳୀୟ ବୈଠକରେ ବିଜେଡି ମଧ୍ୟ ପ୍ରଶ୍ନ କରିଛି ଏହାର ଆବଶ୍ୟକତା ନାହିଁ। ତାହେଲେ ଆମେ କାହିଁକି ଆଲୋଚନାକୁ ଆସିବା ନାହିଁ। ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ନେଇ ପବିତ୍ର ଗୃହରେ ଆଲୋଚନା କରିବା, ତାର ସମାଧାନ କରିବା। ହେଲେ ଏହା କେଉଁ ପ୍ରକାର ରାଜନୀତି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। 

Advertisment

ମିଛ କହିବାର ଗୋଟେ ସୀମା ଅଛି। ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଘଣ୍ଟା, ଗିନି, ତୁରୀ ଧରି କଳାପୋଷାକ ପିନ୍ଧି ପ୍ରତିବାଦ କରିବା, ଜଣେ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ତାଙ୍କ ମାଇକ ଭାଙ୍ଗିବା ଏବଂ କାଗଜ ଛଡ଼ାଇବା ଆଗରୁ ଗୃହରେ ଦେଖିବାକୁ ମିଳିନଥିଲା। ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଅଧିକ ପଢ଼ନ୍ତୁ;  ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ

ଏଥିସହ ବିରୋଧୀ, ମହିଳାଙ୍କୁ ରାଜନୀତିର ପଶାପାଲିରେ ବଳି ପକାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି। ଯେଉଁମାନେ ଘଣ୍ଟ ବାଡ଼ଉଛନ୍ତି ୧୯୮୦, ୧୯୯୫ କଥା ମନେ ପକାନ୍ତୁ। କଂଗ୍ରେସର ନାରୀ ସୁରକ୍ଷା ପ୍ରବଚନ ଆମକୁ ଦରକାର ନାହିଁ। କଂଗ୍ରେସର ସଭାପତି ନୂଆ ଆସିଛନ୍ତି, ଦଳକୁ ପୁନଃଜୀବିତ କରୁଛନ୍ତି ବୋଲି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଦଳ ନେତାଙ୍କୁ ଖୋଜିଲେ ମୁଖ୍ୟମନ୍ତ୍ରୀ। କହିଛନ୍ତି, ମୁଖ୍ୟମନ୍ତ୍ରୀ ଥିଲା ବେଳେ ଆମେ ଖୋଜିଥିଲୁ, ଏବେ ବି ଖୋଜି ପାଉନୁ। ସେତେବେଳେ ଆସି ଉତ୍ତର ରଖୁ ନ ଥିଲେ, ଏବେ ବିରୋଧୀଦଳ ନେତା ହେବା ପରେ ବି ଆସୁନାହାନ୍ତି। ଜଣେ ପୋଲିସ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କଲା କଣ କରିଛନ୍ତି, ‘ମାହାଙ୍ଗା ଡବଲ ମର୍ଡର, ଈତିଶ୍ରୀ ମାମଲାରେ କଣ କରିଛନ୍ତି, ପରୀ-ସ୍ମିତାରାଣୀ-ମମିତା ଘଟଣାରେ କଣ ନ୍ୟାୟ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Advertisment

ସେପଟେ ଏହାର ଜବାବ ରଖି ବିଜେଡି ଶାସକ ବିଜେପିକୁ ପାଲଟା ନିଶାନା କରିଛି। କହିଛି, କଂଗ୍ରେସ ସହ ମିଶି ବିଜେପି ବଜେଟ୍ ଅଧିବେଶନକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। 

ଅଧିକ ପଢ଼ନ୍ତୁ; ବିରୋଧୀ କଂଗ୍ରେସର ପୋଲ୍ ଖୋଲିଦେଲେ ଆଇନମନ୍ତ୍ରୀ

Congress Chief Minister Odisha Chief Minister Assembly Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ