Cabinet Meeting
ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ବ ଦିଆଯାଇଛି। ଗୋ ସମ୍ପଦ ବୀମା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ୮୫% ସରକାର ଦେବେ ଏବଂ ୧୫% ଚାଷୀ ଦେବେ । ସେହିପରି ଓମଫେଡକୁ ସଶକ୍ତ କରିବା ପାଇଁ ସହାୟତା ଦେବେ ସରକାର । ଫଡର ଚାଷ ପାଇଁ ଚାଷୀଙ୍କୁ ଇନସେନଟିଭ ଦିଆଯିବ ।
ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ । ୩୦ ମାସ ମଧ୍ୟରେ କ୍ବାର୍ଟର୍ସ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବେସରକାରୀ ଡିଲରଙ୍କୁ ଆଉ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକ୍ସଟେନସନ୍ ଦିଆଯାଇଥିବା ବେଳେ ବରିଷ୍ଠ ବିଚାରପତି, ଜୁଡିସିଆଲ ଅଫିସରଙ୍କ ପାଇଁ ନିୟମରେ ସଂଶୋଧନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727540003.jpg)