୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ମେଟ୍ରୋ ରେଳ

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି ।

Metro Rail

୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ମେଟ୍ରୋ ରେଳ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ଚାଲିବ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟରେ ୬୨୫୬ କୋଟିର ବ୍ୟୟବରାଦ କରାଯାଇଛି । ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ ଦିଆଯାଇଛି । ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା ହୋଇଛି ।

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ବଜେଟରେ ୧ ହଜାର କୋଟି ବ୍ୟୟବରାଦ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ସହାୟତା ମିଳିବ । ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ରିହାତି । ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ମିଳିବ । ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା ।

ସେହିପରି ମୋ ସ୍କୁଲ ନାଁ ପରିବର୍ତ୍ତନ କରି ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଆରମ୍ଭ କରାଯାଇଛି । ଏହି ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟ ବରାଦ ହୋଇଛି । ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ନୂଆ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା ମିଳିବ ।