Advertisment

ଭୁବନେଶ୍ବର ଏମ୍ସ ପାଇଁ ନୂଆ ଯୋଜନା; ୪ଟି ବିଭାଗରେ ଖୋଲିବ ସେଣ୍ଟର ଅଫ୍ ଏକ୍ସିଲେନ୍ସ ...

ଭୁବନେଶ୍ବର ଏମସ ପାଇଁ ନୂଆ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥି ଅବସରରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଅଦ୍ୟତନ ହୋଇଛି
New Scheme For Bhubaneswar AIIMS

AIIMS

Advertisment

ଭୁବନେଶ୍ବର ଏମସ ପାଇଁ ନୂଆ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥି ଅବସରରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ବାଜପାୟୀଙ୍କର ବଡ଼ ଅବଦାନ ରହିଛି। ଆଗକୁ ଏମ୍ସରେ କ୍ୟାନସର ସମେତ ୪ଟି ବିଭାଗରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ ହେବ। ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବ । 

Advertisment

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି. ନଡ୍ଡା ଏହାର ଶିଳାନ୍ୟାସ କରିବେ। ସେହିପରି ଏମ୍ସ ଅଞ୍ଚଳକୁ BMC ପରିସରଭୁକ୍ତ କରିବାକୁ ଆଜି ନଗର ଉନ୍ନୟନ ମନ୍ତ୍ରୀ ବୈଠକ ଡାକିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ବାରା ଏମ୍ସ ଉପକୃତ ହେବ ଓ ରୋଗୀମାନେ ଉତ୍ତମ ସେବା ପାଇପାରିବେ ବୋଲି କହିଛନ୍ତି BJP ରାଜ୍ୟ ସଭାପତି।

ଅଧିକ ପଢ଼ନ୍ତୁ: ‘ଅତି ଜରୁରୀ ନଥିଲେ SCB ନଆସିବାକୁ ପରାମର୍ଶ’

ଆଜି ଭୁବନେଶ୍ବର ଏମ୍ସ ପରିସରରେ ଥିବା ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ BJP ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ BJP ନେତା ଓ ଏମ୍ସ କର୍ତ୍ତୃପକ୍ଷ । ଏହି ଅବସରରେ ଓଡ଼ିଶାର ବିକାଶ ପଥରେ ବାଜପାୟୀଙ୍କ ଥିବା ଅବଦାନର ସ୍ମୃତି ଚାରଣ କରିଥିଲେ BJP ରାଜ୍ୟ ସଭାପତି। 

Advertisment

ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ମାନେ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ବାଜପେୟୀଙ୍କ ସ୍ମୃତିରେ ‘ସଦୈବ ଅଟଳ’ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି।

Bhubaneswar AIIMS AIIMS-Bhubaneswar AIIMS BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ