Advertisment

Visa Tensions for Pakistani Residents in India: ପୂରା ପରିବାର ଭାରତୀୟ, ନିଜେ ପାକିସ୍ତାନୀ; ଚିନ୍ତାରେ ଶାରଦା...

ମୋତେ ପରିବାରଠୁ ଅଲଗା କର ନାହିଁ...ମୁଁ ପରିବାର ସହ ରହିବାକୁ ଚାହୁଁଛି...ମୋର ଏତିକି ଅନୁରୋଧ....ଏମିତି ଆକୁଳ ନିବେଦନ କରିଛନ୍ତି ଓଡ଼ିଶାରେ ବିବାହ କରିଥିବା ପାକିସ୍ତାନୀ ମହିଳା ଶାରଦା କୁକ୍ରେଜା ।

ଅଦ୍ୟତନ ହୋଇଛି
Visa Tensions for Pakistani Residents in India

Visa Tensions for Pakistani Residents in India

Advertisment

ମୁଁ ପାକିସ୍ତାନ ଯିବି ନାହିଁ...ନା ମୁଁ କାହା ସହ ଫୋନ୍‌ରେ କଥା ହେଉଛି...ନା ପାକିସ୍ତାନ କେବେ ଯାଉଛି...ଆଉ ଯିବି ବି ନାହିଁ...ମୋତେ ପରିବାରଠୁ ଅଲଗା କର ନାହିଁ...ମୁଁ ପରିବାର ସହ ରହିବାକୁ ଚାହୁଁଛି...ମୋର ଏତିକି ଅନୁରୋଧ....ଏମିତି ଆକୁଳ ନିବେଦନ କରିଛନ୍ତି ଓଡ଼ିଶାରେ ବିବାହ କରିଥିବା ପାକିସ୍ତାନୀ ମହିଳା ଶାରଦା କୁକ୍ରେଜା ।

Advertisment

ପହଲଗାମ ଆତଙ୍କୀ ହମଲା ପରେ ଏବେ ସାରା ଦେଶରୁ ପାକିସ୍ତାନୀଙ୍କୁ ବାହାର କରାଯାଉଛି। ଏହି ଘଟଣା ପରେ ଏବେ ଚିନ୍ତାରେ ବଲାଙ୍ଗିରର କୁକ୍ରେଜା ପରିବାର। ଓଡ଼ିଶାରେ ବିବାହ କରିଥିବା ଶାରଦା କୁକ୍ରେଜା ୩୫ ବର୍ଷ ଧରି ଏଠି ରହୁଛନ୍ତି। ସ୍ବାମୀ ଭାରତୀୟ, ପିଲା ମାନେ ବି ଭାରତୀୟ...ଶାରଦାଙ୍କର ବି ଭାରତୀୟ ପରିଚୟ ପତ୍ର ରହିଛି କିନ୍ତୁ ନାଗରିକତ୍ବ ମିଳିପାରିନି। ପାକିସ୍ତାନ ସହ କୌଣସି ସମ୍ପର୍କ ନାହିଁ, ତେଣୁ ଏବେ କ’ଣ କରିବେ ତାକୁ ନେଇ ଚିନ୍ତାରେ। ଦୀର୍ଘ ୩୫ ବର୍ଷ ତଳେ ବଲାଙ୍ଗିରର ମହେଶ କୁକ୍ରେଜା ପାକିସ୍ତାନୀ ଝିଅ ଶାରଦା କୁକ୍ରେଜାଙ୍କୁ ବାହା ହୋଇଥିଲେ । ବାହାଘରର ଦଶନ୍ଧି ଦଶନ୍ଧି ପରେ ବି ଶାରଦା ଭାରତୀୟ ନାଗରିକତ୍ୱ ପାଇ ପାରିନାହାନ୍ତି । ଏବେ ବି ପାକିସ୍ତାନୀ ଭିସାରେ ରହୁଛନ୍ତି ଶାରଦା । ତେଣୁ ଏବେ ଟେନସନ ବଢିଯାଇଛି ।

Advertisment


ଅଧିକ ପଢ଼ନ୍ତୁ: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ

ଅପରପକ୍ଷେ ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା ନାଗରିକ । ଭିସା ସରିବା ପରେ ବି ଭୁବନେଶ୍ବରରେ ରହୁଥିବା ସୂଚନା ମିଳିଛି । ପାକିସ୍ତାନୀଙ୍କୁ ଖୋଜି ବିଦା କରିବାକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ଏବେ ଜଣେ ପାକିସ୍ତାନୀ ମହିଳା ଭୁବନେଶ୍ବରରେ ଥିବା ସୂଚନା ମିଳିଛି । ତେବେ ସଂପୃକ୍ତ ପାକିସ୍ତାନୀ ମହିଳା ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ବରରେ ରହୁଛନ୍ତି । ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ସେ ଏଠାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ସୂଚନା ମିଳିଛି । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । 

ଅନ୍ୟପଟେ ମହିଳା ଜଣଙ୍କ ଏକଜିଟ୍ ଭିସା ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । ତେବେ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି । 

Advertisment

ସୂଚନା ଅନୁସାରେ, ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଥିବା ଜଣାପଡିଛି । ଦୀର୍ଘକାଳୀନ ଭିସାରେ ଏହି ପାକିସ୍ତାନୀମାନେ ଓଡ଼ିଶାରେ ଅଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପହଲଗାମ୍ ଆତଙ୍କୀ ହମ୍‌ଲା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଭିସା ବାତିଲ ସହ ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା

Pakistani Woman In Odisha Pakistani Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ