Odia Killed In Terror Attack
ଜମ୍ମୁ-କାଶ୍ମୀରର ପହଲଗାମ୍ ଆତଙ୍କୀ ହମଲାରେ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ପ୍ରଶାନ୍ତ ଶତପଥୀ । ପ୍ରଶାନ୍ତ ନିଜ ପତ୍ନୀ ପ୍ରିୟଦର୍ଶିନୀ ଶତପଥୀ ଏବଂ ୮ ବର୍ଷର ପୁଅକୁ ଧରି ପହଲଗାମ୍ ବୁଲିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳି ପ୍ରଶାନ୍ତଙ୍କ ମୁଣ୍ଡରେ ବାଜିଥିବା ସୂଚନା ଦେଇଛନ୍ତି ପତ୍ନୀ । ଏଥିରେ ପ୍ରଶାନ୍ତଙ୍କର ମୃତ୍ୟୁ ଘଟିଥିବା ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି ।
ଅଧିକ ପଢ଼ନ୍ତୁ: ପହଲଗାମ୍ରେ ବଡ଼ ଆତଙ୍କବାଦୀ ହାମ୍ଲା; ୨ ମୃତ, ୭ ଆହତ
ଆଜି ଦିନ ପ୍ରାୟ ସାଢେ ୨ଟା ସମୟରେ ପହଲଗାମ୍ରେ ଏହି ଆତଙ୍କୀ ହାମ୍ଲା ହୋଇଥିଲା । ପହାଲଗାମ ହିଲ୍ ଷ୍ଟେସନଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ସମୟରେ କିଛି ପର୍ଯ୍ୟଟକ ସେଠି ଘୋଡା ସବାରି କରୁଥିଲେ । ହଠାତ୍ ଦଳେ ଆତଙ୍କବାଦୀ ସେଠାରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଆକ୍ରମଣରେ ପ୍ରାୟ ୨୦ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆକ୍ରମଣ ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏହି ଆତଙ୍କୀ ହାମ୍ଲା ସମ୍ପର୍କରେ କଥା ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପହଲଗାମରେ ପହଞ୍ଚିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745332380.jpg)