Advertisment

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ପୀଡିତାଙ୍କୁ ଭେଟିବେ ଆଇଜି

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
IG S. Saini to Visit Delhi

IG S. Saini to Visit Delhi

Advertisment

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତଦନ୍ତର ଅଗ୍ରଗତି ପାଇଁ ଆଇଜି ଏସ୍. ସାଇନିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ପୀଡ଼ିତାଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ ଆଇଜି ଏସ୍. ସାଇନି। ଦିଲ୍ଲୀ ପୋଲିସ ସହ ସମନ୍ବୟ ରଖି ତଦନ୍ତକୁ ଆଗେଇ ନେବାକୁ ସହଯୋଗ ମଧ୍ୟ କରିବେ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ: ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ

ଶୁକ୍ରବାର ଭୋର୍ ୩ଟା ୧୫। SKK ଫ୍ଲାଏଓଭର ପାଖରେ ଜଣେ ୩୪ ବର୍ଷୀୟା ଯୁବତୀ ରକ୍ତଭିଜା ଲୁଗାରେ ଛିଡ଼ା ହୋଇଥିବା ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଆସିଲା । ଜଣେ ସେନା ଅଧିକାରୀ ଅସହାୟ ଅବସ୍ଥାରେ ତାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। PCR କଲ୍ ପାଇ ସନଲାଇଟ୍ କଲୋନୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଯୁବତୀ ଜଣକ ପ୍ରଥମେ ପୋଲିସ ସହ ଯିବାକୁ ଅମଙ୍ଗ ହେଉଥିଲେ। କିଛି ସମୟ ବୁଝାଇବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା ପୋଲିସ। ଏବେ ସେ ବିପଦମୁକ୍ତ ଥିଲେ ବି, ମାନସିକ ବିଚଳିତ ଅଛନ୍ତି । ତାଙ୍କର କାଉନସେଲିଂ ଚାଲିଥିବା ସୂଚନା ମିଳିଛି।

Advertisment

ଏହି ଘଟଣାକୁ ନେଇ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଯୁବତୀଙ୍କର ବ୍ଲିଡିଂ ହେଉଥିବାରୁ ସେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଶିକାର ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ୟ କେଉଁ ସ୍ଥାନରେ ଦୁଷ୍କର୍ମ ପରେ ଫ୍ଲାଏଓଭର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। BNS '୭୦(୧)- ଦୁଷ୍କର୍ମ ବା ଗଣଦୁଷ୍କର୍ମ' ଏବଂ '୧୧୫(୨)- ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେବା' ଧାରାରେ ମାମଲା ରୁଜୁ ହୋଇଛି। ଛାନଭିନ ପାଇଁ ଏକାଧିକ ଟିମ୍ ଗଠନ ହୋଇଥିବା ବେଳେ, ସୁରାକ୍ ପାଇବାକୁ ସିସିଟିଭି ଫୁଟେଜ ଖୋଜା ଚାଲିଛି।

ଏସବୁ ଭିତରେ ଯୁବତୀଙ୍କ ଦିଲ୍ଲୀ ରହଣିକୁ ନେଇ ଅନେକ ଉଦବେଗଜନକ ଖବର ସାମ୍ନାକୁ ଆସୁଛି । କୁହାଯାଉଛି, ସେ ଜଣେ ନର୍ସିଂ ଗ୍ରାଜୁଏଟ୍। ପ୍ରାୟ ବର୍ଷେ ତଳେ ଘରେ କିଛି ନଜଣାଇ ଓଡ଼ିଶାରୁ ଦିଲ୍ଲୀ ପଳାଇ ଆସିଥିଲେ। ପରିବାରଲୋକେ ନିଖୋଜ ଏତଲା ଦେବା ପରେ, ୨ ମାସ ତଳେ ପୋଲିସ ତାଙ୍କୁ ଠାବ କରି ବାପାମାଆଙ୍କୁ ଦିଲ୍ଲୀ ଡକାଇଥିଲା। ହେଲେ ସେ ସାବାଳିକା ହୋଇଥିବାରୁ, ଜିଦ୍ କରି ଓଡ଼ିଶା ଫେରିବାକୁ ମନା କରିଦେଇଥିଲେ।

Advertisment

ଆହୁରି ମଧ୍ୟ ସୂଚନା ମିଳିଛି ଯେ, ଯୁବତୀ ଜଣେ ସନ୍ୟାସିନୀଙ୍କ ସହ ଘରଭଡ଼ା ନେଇ ଏକାଠି ରହୁଥିଲେ। ତେବେ ଉଭୟଙ୍କ ମଧ୍ୟରେ କଳହ ହେବାରୁ ଭଡ଼ାଘର ଛାଡ଼ି, କିଛି ଦିନ ହେବ ସେ ନିରାଶ୍ରୟ ଭାବେ ରାସ୍ତାକଡ଼ରେ ଓ ଏଟିଏମ୍ ବୁଥ୍ ଭିତରେ ରାତି ବିତାଉଥିଲେ। ତାଙ୍କ ପାଖରେ ଟଙ୍କାପଇସା ନଥିଲା, ମୋବାଇଲ ମଧ୍ୟ ହଜିଯାଇଥିଲା। ତେଣୁ ସେ କାହାକୁ ନିଜ ସ୍ଥିତି ସଂପର୍କରେ ଜଣାଇପାରୁନଥିଲେ । କେବଳ ମାଉସୀଙ୍କ ବ୍ୟତୀତ ବାକି ପରିବାର ଲୋକଙ୍କ ସହ ତାଙ୍କର ସଂପର୍କ ଭଲ ନଥିଲା।

ଅଧିକ ପଢ଼ନ୍ତୁ: ଢେଙ୍କାନାଳରେ ଲଜ୍ଜା; ଅସହାୟ ଯୁବତୀଙ୍କୁ ପ୍ରତିଦିନ ରାତିରେ ୬-୭ ଜଣ କରୁଥିଲେ ଗଣଦୁଷ୍କର୍ମ...

Delhi Police Odisha Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ