Advertisment

Odia Comedian Ajay Nayak's Demise: ହସାଉଥିଲେ ମାତ୍ର ୫୦ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଚାଲିଗଲେ, ଝୁରୁଛନ୍ତି ହଜାର ହଜାର ପ୍ରଶଂସକ

ସମସ୍ତଙ୍କୁ ହସାଉଥିଲେ ମାତ୍ର ୫୦ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ଓଡ଼ିଆ ବ୍ୟଙ୍ଗ ଅଭିନେତା ଅଜୟ ନାୟକ। ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି ସାଥୀ କଳାକାର ଓ ହଜାର ହଜାର ପ୍ରଶଂସକ ।

ଅଦ୍ୟତନ ହୋଇଛି
ହସଉ ହସଉ ଚାଲିଗଲେ ।

ହସଉ ହସଉ ଚାଲିଗଲେ ।

Advertisment

ସମସ୍ତଙ୍କୁ ହସାଉଥିଲେ ମାତ୍ର ୫୦ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ଓଡ଼ିଆ ବ୍ୟଙ୍ଗ ଅଭିନେତା ଅଜୟ ନାୟକଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ୍‌କୁ ଗତକାଲି ରାତ୍ରିରେ ତାଙ୍କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହୋଇଯିବା ପରେ ତାଙ୍କର ପ୍ରଶଂସକ ଓ ସାଥୀ କଳାକାର ପହଞ୍ଚିଥିଲେ କ୍ୟାପିଟାଲ ହସ୍ପିଟାଲରେ । 

Advertisment

ସେ ଦୀର୍ଘ ବର୍ଷ ଧରି ଓଟିଭିର ଲୋକପ୍ରିୟ ରାଜନୈତିକ ବ୍ୟଙ୍ଗ ଧାରାବାହିକ କାର୍ଯ୍ୟକ୍ରମ  'ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସରେ' ଅଭିନୟ କରି ଆସୁଥିଲେ । ୨୦୧୦ରୁ ଏ ପର୍ଯ୍ୟନ୍ତ ସେ ଏହି ଲୋକପ୍ରିୟ କାର୍ଯ୍ୟକ୍ରମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟି ଆସୁଥିଲେ । ବ୍ୟଙ୍ଗ ଅଭିନେତା ଅଜୟ ନାୟକ ପୁରୀ ଜିଲ୍ଲାର କଣାସରେ ଜନ୍ମଗ୍ରହଣ କରିଥିଲେ।

ସେ ନିଜ ଅଭିନୟର ଯାଦୁ ପାଇଁ ସାରା ଓଡ଼ିଶାରେ ଜଣେ ଭଲ ହାସ୍ୟ କଳାକାର ଭାବେ ପରିଚିତ ଥିଲେ । ସେ 'ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସରେ' ଅଭିନୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କୁ ସମସ୍ତଙ୍କୁ ହସାଇବାର କଳା ବେଶ୍‌ ଜଣା ଥିଲା । ଆଜି ତାଙ୍କ ପରଲୋକରେ ଓଟିଭି ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି । ଏବେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ତାଙ୍କ ମରଶରୀର ରହିଛି । ସେଠାରେ ନିକଟ ସମ୍ପର୍କୀୟ, ଓଟିଭିର ବହୁ କର୍ମଚାରୀ ଏବଂ ସାଥି କଳାକାର ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Advertisment

ଆଜି ତାଙ୍କ ମରଶରୀରକୁ ଗାଁ କୁ ନିଆଯିବ । ଗତକାଲି ସନ୍ଧ୍ୟାରେ ତାଙ୍କ ଘର ନିକଟସ୍ଥ ମାର୍କେଟରୁ ମାର୍କେଟିଂ କରି ଫେରୁଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଜୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସାଥୀ କଳାକାର ମାନେ ତାଙ୍କୁ ମନେ ପକାଇ ଭୋ ଭୋ କାନ୍ଦୁଛନ୍ତି । ଜଣେ କଳାକାର କହିଛନ୍ତି, ତାଙ୍କର ୩୬୦ ଡିଗ୍ରୀ ହସ ସବୁ ବେଳେ ମନବେ ରହିବ । ଆଉ ତାଙ୍କ ସହ ସୁଟିଂ ସେଟରେ ଅଭିନୟ କରି ହେବନି ବୋଲି ବିଶ୍ୱାସ କରିହେଉନି । ସେ ଜଣେ ମଣିଷ ପରି ମଣିଷ ଥିଲେ । ସବୁ ବେଳେ ହସଖୁସିରେ ରହି କାମ କରୁଥିଲେ । ସେ ସମସ୍ତଙ୍କ ହୃଦୟରେ ଗୋଟିଏ ଜାଗା ଛାଡି ଦେଇ ଚାଲିଗଲେ । ସେ ଆମର ଜଣେ ଗ୍ରେଟ୍ ହିରୋ ଚାଲିଗଲା ବୋଲି କହିଛନ୍ତି ସାଥୀ କଳାକାର । ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାବାସୀଙ୍କ ନିକଟରେ ବେଶ୍ ପରିଚିତ ଥିଲେ । ସେ ବୃଦ୍ଧବୃଦ୍ଧା, ଛାତ୍ର, ଯୁବକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିପାରୁଥିଲେ । ଯେ କୌଣସି ଭୂମିକାରେ ସେ ଅଭିନୟ କରିପାରୁଥିଲେ । ସେ ଜଣେ ଭଲ କଣ୍ଟେଣ୍ଟ ରାଇଟର୍ ମଧ୍ୟ ଥିଲେ । 

Advertisment

'ଦ ଗ୍ରେଟ ଓଡିଶା ପଲିଟିକାଲ ସର୍କସର' ପ୍ରଡ୍ୟୁସର ନିଜର ପ୍ରତିକ୍ରିୟାରେ କହିଛନ୍ତି, 'ସବୁଠୁ ଦୁଃଖର କଥା ଏହା ଯେ ଗତକାଲି ରାତିରେ ତାଙ୍କ ଏପିସୋଡ ବାଜିବା ସମୟରେ ତାଙ୍କର ମରଶରୀର ଶବ ବ୍ୟବଚ୍ଛେଦ ଗୃହ ଭିତରେ ରହିଥିଲା । ଆଉ ଗୋଟିଏ ଏପିସୋଡ ରେକର୍ଡ ହୋଇ ରହିଛି, ଯାହା ଆସନ୍ତା ରବିବାର ଦିନ ପ୍ରସାରିତ ହେବ । ତାଙ୍କ ଶୂନ୍ୟସ୍ଥାନ ପୂରଣ କରିବା ଆମ ପାଇଁ ଏତେ ସହଜ ନୁହେଁ ।' ଅଜୟଙ୍କ ଅବର୍ତ୍ତମାନରେ ଓଟିଭି ପରିବାରରେ ଶୋକର ଛାୟା ଖେଳି ଯାଇଛି ।

ଅଧିକ ପଢ଼ନ୍ତୁ: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'

The Great Odisha Political Circus Otv The Great Odisha Political Circus Odia Comedian Odia Tv Serial Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ