Advertisment

OAS-ORS Officers Go on Indefinite Leave: ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS-ORS ଅଫିସର...

BMC ଅଫିସରଙ୍କୁ ଆଟାକ୍  ଘଟଣା ପ୍ରତିବାଦରେ ଛୁଟିରେ ଗଲେ OAS, ORS ଅଫିସର । ୮ ଜିଲ୍ଲାର OAS, ORS ଅଫିସର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି ।

OAS-ORS Officers Go on Indefinite Leave

OAS-ORS Officers Go on Indefinite Leave

Advertisment

OAS, ORS ଅଫିସରଙ୍କ ସମୂହ ଛୁଟି । BMC ଅଫିସରଙ୍କୁ ଆଟାକ୍  ଘଟଣା ପ୍ରତିବାଦରେ ଛୁଟିରେ ଗଲେ OAS, ORS ଅଫିସର । ୮ ଜିଲ୍ଲାର OAS, ORS ଅଫିସର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି । 

Advertisment

ଏହି ସବୁ ଜିଲ୍ଲା ଗୁଡିକ ହେଲା  କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ ବୋଲି OAS, ORS ଅଫିସର ମାନେ ଦାବି ରଖିଛନ୍ତି ।

ଅନ୍ୟପଟେ BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଥିଲେ । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ୍ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଥିଲେ ।

Advertisment

ସ୍ଥଗିତ ରଖିଛୁ ବାତିଲ କରିନାହୁଁ ବୋଲି ଏକ ପ୍ରେସ ବିବୃତ୍ତିରେ ଜଣାଇଥିଲେ ଓଡ଼ିଶା ଆଡମିନିଷ୍ଟ୍ରେସନ୍ ସର୍ଭିସ୍ ଆସୋସିଏସନ୍ । ଏହା ପୂର୍ବରୁ ସଂଘ କହିଥିଲା ଯେ, ରାଜଧାନୀ ଓ BMC ଭଳି ଅଫିସ ଭିତରେ ଆକ୍ରମଣ ଚିନ୍ତାଜନକ । ଦୂରଦୂରାନ୍ତର ଅଫିସ୍‌ରେ କର୍ମଚାରୀ କେତେ ସୁରକ୍ଷିତ ବୋଲି ସଂଘ ପ୍ରଶ୍ନ କରିଛି। ଆକ୍ରମଣକାରୀଙ୍କ ବିରୋଧରେ BNSରେ ହତ୍ୟା ଉଦ୍ୟମ ଦଫା ଲାଗୁ କରିବାକୁ ସଂଘ ଦାବି କରିଛି। ଯେଉଁମାନଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଛି, ସେମାନଙ୍କୁ ଗିରଫ କରାଯାଉ ବୋଲି କହିଛି ସଂଘ।

ଅଧିକ ପଢ଼ନ୍ତୁ: ଓଏସ ଅଧିକାରୀଙ୍କୁ ଘୋଷାଡ଼ି ଆଣି ବିଧା, ଗୋଇଠା ମାରିଲେ ଦୁର୍ବୃତ୍ତ; କାହିଁକି ? 

Advertisment
OAS ORS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ