Advertisment

Special Story: ଭାଣେଜୀ କହୁଥିବା ଯୁବତୀଙ୍କୁ ବୋହୂ କରି ନେଲେ OAS ବାବୁଙ୍କ ପରିବାର

ଆଦିବାସୀ ଯୁବତୀଙ୍କୁ OAS ବାବୁ ଧୋକା ଦେବାର କରୁଣ କାହାଣୀ ସାରା ଜିଲ୍ଲାରେ ବିଜୁଳି ଭାବେ ବ୍ୟାପି ଯାଇଥିଲା। ଆଉ ସମସ୍ତେ ମାର୍କଣ୍ଡପୁର ଗାଁର ଆଲବର୍ଟଙ୍କ ପରିବାରକୁ ଛି ଛି କହୁଥିଲେ।

ଭାଣେଜୀ କହୁଥିଲେ, ବୋହୂ କରି ନେଲେ

ଭାଣେଜୀ କହୁଥିଲେ, ବୋହୂ କରି ନେଲେ

Advertisment

OAS ବାବୁଙ୍କ ପରିବାର ସହିପାରିଲେନି ଲୋକଲଜ୍ଜା । ପରିବାରକୁ ଘାରିଥିଲା ପୁଅର OAS ଚାକିରୀ ଯିବାର ଭୟ । ଶେଷରେ ଯେଉଁ ଝିଅକୁ ଭାଣିଜୀ ବୋଲି କହୁଥିଲେ, ତାକୁ ହିଁ ବୋହୂ ରୂପରେ ସ୍ୱୀକାର କରି ଘରକୁ ନେଲେ । ଜଗତସିଂହପୁର ଜିଲ୍ଲାର OAS ବାବୁଙ୍କ ଲଭ୍‌, ସେକ୍ସ ଧୋକା ଘଟଣାରେ ପଡିଛି ପୂର୍ଣ୍ଣଛେଦ । ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ପୀଡିତା ଯୁବତୀଙ୍କୁ ବୋହୂ ରୂପରେ ସ୍ୱୀକାର କରିଛନ୍ତି OAS ଆଲବର୍ଟ ହାନ୍ସଦାଙ୍କ ପରିବାର । ଏହାପୂର୍ବରୁ ଆଲବର୍ଟଙ୍କ ବାପା ଗଣେଶ୍ବର ହାନ୍ସଦା ସଂମ୍ପୃକ୍ତ ଯୁବତୀ ତାଙ୍କର ଭାଣେଜୀ ବୋଲି ଦାବି କରିଥିଲେ। ଆଉ ପୁଅ OAS ପାଇବା ପରେ ସେ ତାଙ୍କ ପଛରେ ପଡୁଥିବା କଥା କହିଥିଲେ । ହେଲେ ଆଜି ବଦଳିଯାଇଛି ତାଙ୍କ ମତ ।

Advertisment

ଅଧିକ ପଢ଼ନ୍ତୁ: ନୃଶଂସତାର ଟପିଲା ସୀମା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲା

ଆଦିବାସୀ ଯୁବତୀଙ୍କୁ OAS ବାବୁ ଧୋକା ଦେବାର କରୁଣ କାହାଣୀ ସାରା ଜିଲ୍ଲାରେ ବିଜୁଳି ଭାବେ ବ୍ୟାପି ଯାଇଥିଲା। ଆଉ ସମସ୍ତେ ମାର୍କଣ୍ଡପୁର ଗାଁର ଆଲବର୍ଟଙ୍କ ପରିବାରକୁ ଛି ଛି କହୁଥିଲେ। ପରେ ଓଏଏସ ବାବୁଙ୍କ ପରିବାରର ଚେତା ପଶିଥିଲା । ପୁଅର ଚାକିରୀ ଉପରେ ବିପଦ ଆସିବା ଭୟରେ ଜଗତସିଂହପୁର ସଦର ଥାନାକୁ ଆସି ପୀଡିତାଙ୍କୁ ଘରକୁ ବୋହୂ କରି ନେବାକୁ ରାଜି ହୋଇଥିଲେ। ଆଉ ମାନିଥିଲେ ପୁଅ ଭୁଲ କରିଥିଲା ।

ଶାଶୁ ଘର ଲୋକେ ବୋହୂ କରି ନେବା ପ୍ରତିଶ୍ରୁତି ଦେବା ପରେ ପୀଡିତା ଖୁସି ହୋଇଛନ୍ତି । ଆଲବର୍ଟ ଟ୍ରେନିଂରୁ ଫେରିଲେ କୋର୍ଟ ବିବାହ କରିବେ ବୋଲି କହିଛନ୍ତି ପୀଡିତା । ତେବେ ଏହି ଘଟଣାରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପୀଡ଼ିତାଙ୍କୁ ସହାୟତା ପ୍ରଦାନ କରିଥିଲା । ଏହି ଆଦିବାସୀ ଯୁବତୀଙ୍କୁ ଦୀର୍ଘ ବର୍ଷ ହେଲା ପ୍ରେମ କରି ଆଲବର୍ଟ ଦୁଇବର୍ଷ ତଳେ ସାନ୍ତାଳୀ ପ୍ରଥା ଅନୁସାରେ ଲୁଚି ବିବାହ କରିଥିଲେ। ପରେ ତାଙ୍କର ତିନି ତିନି ଥର ଗର୍ଭ ନଷ୍ଟ ମଧ୍ୟ କରାଇଥିଲେ। ପରେ ଆଲବର୍ଟଙ୍କ ପରିବାର ପୀଡିତାଙ୍କୁ ଘରକୁ ନେଇଥିଲେ। ହେଲେ ପୁଅ ଓଏଏସ ପାଇବା ପରେ ଯୁବତୀଙ୍କୁ ଘରୁ ବିଦା କରି ଦେଇଥିଲେ। ଯାହାକୁ ନେଇ ପୀଡିତା ଜଗତସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ଏତେ ସଂଘର୍ଷ ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ।

Advertisment

Odisha Jagatsinghpur Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ