Advertisment

Suicide Attempt: ଫଟୋ ଭାଇରାଲ ପରେ ଜୀବନ ହାରିବାକୁ ଉଦ୍ୟମ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଂଚଳରେ ବିଷ ପିଇ ଜଣେ ନର୍ସିଂ ଯୁବତୀ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାଇଘର ଥାନାରେ ଯୁବକଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସର ତଦନ୍ତ ଜାରି ରହିଛି।

ଅଦ୍ୟତନ ହୋଇଛି
Suicide attempt

Suicide attempt

Advertisment

ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ନର୍ସିଙ୍ଗ ଛାତ୍ରୀ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀ ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ଲୋକ ନିଜ ଝିଅକୁ ବଞ୍ଜାଇବାକୁ ଚେଷ୍ଟା କରି ବିଭିନ୍ନ ଚିକତ୍ସାଳୟରେ ଚିକିତ୍ସା କରିବାକୁ ନେଇ ନିରାଶ ହୋଇ ଫେରିଛନ୍ତି। ଏକ ତରଫା ପ୍ରେମର କରୁଣ ପରିଣତି ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ। ରାଇଘର ଅଞ୍ଚଳର ଝିଅ ଜୟପୁରଠାରେ ଏକ କଲେଜରେ BSC ନର୍ସିଙ୍ଗ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲରେ ରହି ପାଠ ପଢୁଥିଲେ। ଉକ୍ତ ଝିଅର ପଡୋଶୀ ଗ୍ରାମର ପୁଅ ସତ୍ୟଜିତ ସରକାର, କୃଷି ବିଜ୍ଞାନ ଛାତ୍ର ପୀଡିତା ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ପୀଡିତାଙ୍କୁ ଏଥିପାଇଁ ବାରମ୍ବାର ହଇରାଣ କରୁଥିଲେ।

Advertisment

ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ଏକତରଫା ପ୍ରେମ କରୁଥିବା ସତ୍ୟଜିତ ବିଚ ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ। ସତ୍ୟଜିତ ଛାତ୍ରୀଙ୍କୁ ଏତେ ମାଡ଼ ମାରିଥିଲେ ଯେ ଛାତ୍ରୀଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା। ଯାହା ଜୟପୁର ଟାଉନ ଥାନା ପର୍ଯ୍ୟନ୍ତ କଥା ଗଲା। କିନ୍ତୁ ପୋଲିସ ଉଭୟଙ୍କୁ ବୁଝାସୁଝା କରି ଛାଡି ଦେଇଥିଲେ।

୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ FIR ଦେଇଥିଲେ ଓ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ। ଜୟପୁର ପୋଲିସ କିନ୍ତୁ ଘଟଣାକୁ ଅତି ହାଲୁକାରେ ନେଇଥିଲେ ଏବଂ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

Advertisment

ଅନ୍ୟ ପଟେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ। ଏଥିରେ ପୀଡିତା ଲୋକାଲଜ୍ୟା ସହି ନ ପାରି ୧୭ ଜୁଲାଇରେ ଘରେ ଥିବା ଘାସମରା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘର ଲୋକ ଘାସମରା ବିଷ ଖାଇବା ଜାଣି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ଯୋଗୁଁ ୨୧ ଜୁଲାଇରେ ଚିକିତ୍ସାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ପୀଡିତାଙ୍କ ପରିବାର ତାଙ୍କୁ ଘରକୁ ନେଇ ଆସିଥିଲେ। ବର୍ତ୍ତମାନ ପୀଡିତା ଜଣକ ଘରେ ମରଣ ସହ ଜୁଝୁଛନ୍ତି।

ଆଜି ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ରାଇଘର ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ସତ୍ୟଜିତଙ୍କୁ ପୋଲିସ ଗିରଫ କରିନାହିଁ। ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଜୟପୁରଠାରେ ସତ୍ୟଜିତ ପୀଡିତାଙ୍କୁ ବିଚ ବଜାରରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଲା ପରେ ପୋଲିସ ସତ୍ୟଜିତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ସତ୍ୟଜିତ ଗାଁକୁ ଆସି ବାହାଦୁରି ମାରି ସୋସିଆଲ ମିଡ଼ିଆରେ ପୀଡିତାଙ୍କ ଚରିତ୍ର ସଂହାର ପାଇଁ ଉଦ୍ୟମ କରିଥିଲା। ଯାହା ଫଳରେ ପୀଡିତା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ନ୍ୟାୟ ନ ପାଇବା ଆଶଙ୍କାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଜୟପୁର ପୋଲିସ ଯଦି ସତ୍ୟଜିତଙ୍କୁ ଅଟକ ରଖିଥାନ୍ତେ କିମ୍ବା ଗିରଫ କଲେ ଆଜି ଆମ ଝିଅ ଅବସ୍ଥା ଏମିତି ହୋଇ ନଥାନ୍ତା ବୋଲି ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ଜଗତସିଂହପୁର ଗଣଦୁଷ୍କର୍ମ ତନାଘନା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ