Advertisment

Nursing Dress Code: ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର ।

ଅଦ୍ୟତନ ହୋଇଛି
Nursing Dress Code Changed

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍।

Advertisment

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସ ମାନେ। ନର୍ସ ମାନେ ଉଭୟ ଗୋଲାପୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ। ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଲ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଶାଢ଼ୀ ଓ ଡ୍ରେସ୍ ପିନ୍ଧିବେ। ସେଥିରେ ଥିବା ଆର୍ପନ୍ ର କଲାର୍‌ରେ ସମ୍ବଲପୁରୀ ଛିଟ୍ ରହିବ।

Advertisment

ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟ୍ ର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ