Advertisment

Chilika Bihanga Utsav: ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର

ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।

ଅଦ୍ୟତନ ହୋଇଛି
ଚିଲିକା ବିହଙ୍ଗ ଉତ୍ସବ

ଚିଲିକା ବିହଙ୍ଗ ଉତ୍ସବ

Advertisment

ପ୍ରବାସୀ ଭାରତୀୟ ଦିବସକୁ ନଜରରେ ରଖି ଉଦଘାଟିତ ହୋଇଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ। ଚଳିତ ଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର। ଆସନ୍ତା 8ରୁ 10 ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ମଜା ନେଇପାରିବେ। ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ଏଭଳି ହେବା ଦ୍ୱାରା ବିଶ୍ୱରେ ଚିଲିକାର ବହୁଳ ପ୍ରଚାରପ୍ରସାର ହୋଇପାରିବ। ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ଏହି 3 ମାସ ଭିତରେ ପ୍ରାୟ 10 ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକା ଆସିଥାନ୍ତି। ମୋଟ 150 ପ୍ରଜାତିର ପକ୍ଷୀ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦଘାଟନ କରିଛନ୍ତି।

ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।

Advertisment

ସେହିପରି 8 ରୁ 10 ତାରିଖ ପର୍ଯ୍ୟନ୍ତ ଫରେଷ୍ଟ ପାର୍କ, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ଆନନ୍ଦବନ ଠାରେ ପକ୍ଷୀ ନିରୀକ୍ଷଣ ପଦଯାତ୍ରା ଅନୁଷ୍ଠିତ ହେବ । 10 ରୁ 11 ତାରିଖ ଯାଏ ବରକୁଳଠାରେ ଵାର୍ଡ କନକ୍ଲେଭ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପକ୍ଷୀ ନିରୀକ୍ଷକ ଓ ଗବେଷକମାନଙ୍କ ଆଲୋଚନା, ନଳବଣ ପରିଦର୍ଶନ, ବନ୍ୟପ୍ରାଣୀ ସମ୍ପର୍କିତ ଡ଼କୁମେଣ୍ଟାରୀ ଭଳି ବ୍ୟାପକ କାର୍ଯ୍ୟକ୍ରମ କରାଯିବ। ତେବେ ଚିଲିକାର ଜୈବ ବିବିଧତା ରକ୍ଷ କରିବା ପାଇଁ ଖୁବ ଶୀଘ୍ର ଡିଜେଲ ଚାଳିତ ବୋଟ ବଦଳରେ ସୋଲାର ବୋଟ ଚଲାଇବାକୁ ପ୍ରସ୍ତାବ ରହିଛି।

ତେବେ ସବୁଠୁ ଉଲ୍ଲେଖନୀୟ ବିଷୟଟି ହେଉଛି, ପର୍ଯ୍ୟଟନ ବିଭାଗ ଏବଂ ଚିଲିକା ଡେଭଲପମେଣ୍ଟ ଅଥରିଟି ମିଳିତ ଭାବରେ ଚିଲିକା ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବେ। ଏହା ଭବିଷ୍ୟତରେ ପକ୍ଷୀପ୍ରେମୀଙ୍କ ପାଇଁ ସହାୟକ ହେବ।

Advertisment
Chilika Chilika Lake Odisha Tourism Ambassadors Nri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ