୨୦ରେ ଖୋଲିବ ସ୍କୁଲ
ରାଜ୍ୟରେ ଜୁନ୍ ୨୦ ତାରିଖରୁ ଖୋଲିବ ସ୍କୁଲ୍ । ୧୮ ବଦଳରେ ୨୦ ତାରିଖରେ ସ୍କୁଲ ଖୋଲିବ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସୂଚନା ଅନୁସାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୩ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।
ସେପଟେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ଚିଠି କରିଛି । ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ନିର୍ଦ୍ଦେଶ ପାଇଁ ଗଣଶିକ୍ଷା ବିଭାଗ ଚିଠି କରିଛି । ସ୍କୁଲର ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଭୋଜନ ସାମଗ୍ରୀର ମାନ ଯାଞ୍ଚ କରାଇବେ ।
ସେହିପରି ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ । ସବୁ ବିଦ୍ୟାଳୟରେ ଫୁଡ୍ ଟେଷ୍ଟିଂ ରେଜିଷ୍ଟର୍ ରହିବ । ଅଭିଭାବକ ବିଶେଷ କରି ମା'ମାନେ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750058914.jpg)