Advertisment

ଅଂଶୁଘାତ ୱାର୍ଡରେ କାମ କରୁନି ଏସି, ଗରମ ଗୁଳୁଗୁଳିରେ ହନ୍ତସନ୍ତ ଗୁରୁତର ରୋଗୀ

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଇନାହାନ୍ତି । ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
SCB Medical

SCB Medical

Advertisment

ଗ୍ରୀଷ୍ଣପ୍ରବାହ ଯୋଗୁ ଆଉଟପାଉଟୁ ରାଜ୍ୟବାସୀ । ଏପରି ସ୍ଥଳେ ଓଡ଼ିଶାର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ଏସସିବି ମେଡିକାଲରେ ନନ୍ ଟ୍ରମା କାଜୁଆଲିଟିରେ ଏସି ଅଚଳ। ଗରମ ଗୁଳୁଗୁଳିରେ ହନ୍ତସନ୍ତ ଗୁରୁତର ରୋଗୀ। ୪୦ ଡିଗ୍ରୀ ତାପମାତ୍ରାରେ କଟକ ସହର ସିଝୁଥିବା ବେଳେ ବିନା ଏସିରେ ରୋଗୀ ଆହୁରି ଅଧିକ ଗୁରୁତର ହୋଇପଡୁଥିବା ଅଭିଯୋଗ ହୋଇଛି ।

Advertisment

ନିଜ ଅସୁସ୍ଥ ମାଆଙ୍କୁ ଏସସିବି କାଜୁଆଲିଟିକୁ ଆଣି ଭର୍ତ୍ତି କରିଥିଲେ ବଡ଼ମ୍ବା ଅଞ୍ଚଳର ସୂର୍ଯ୍ୟମଣି ପ୍ରଧାନ । ହେଲେ ଏସି ଅଚଳ ଯୋଗୁଁ ତାଙ୍କ ମାଆଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡିଥିବା ଅଭିଯୋଗ କରିଛନ୍ତି । ସକାଳୁ ମେଡିକାଲ ଆସିବା ପରେ କାଜୁଆଲିଟିରେ ଏ ଅବସ୍ଥା। ବାହାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ମେଡିକାଲ ଭିତରେ ଅସହ୍ୟ ଗୁଳୁଗୁଳି । ରୋଗୀ ଭିତରେ ଶିଝୁଛନ୍ତି । ଆଜବେଷ୍ଟସ ଘର ଭିତରୁ ତତଲା ପବନରେ ଆଉଟୁପାଉଟୁ ରୋଗୀ । ସବୁଠାରୁ ବଡ଼ କଥା ଅଂଶୁଘାତ ରୋଗୀଙ୍କୁ ଏହି କାଜୁଆଲିଟିରେ ଭର୍ତ୍ତି କରାଯାଏ । ତେଣୁ ଅଂଶୁଘାତ ଆକ୍ରାନ୍ତଙ୍କ ଅବସ୍ଥା ଏଠାରେ କ'ଣ ହେଉଥିବ ସହଜରେ ଅନୁମେୟ । ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଇନାହାନ୍ତି । ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ନନ୍ ଟ୍ରମା କାଜୁଆଲିଟିରେ ମୋଟ ୧୭ଟି ଏସି ଲାଗିଥିବା ବେଳେ ଗୋଟିଏ ବି କାମ କରୁନଥିବା ଅଭିଯୋଗ ହୋଇଛି। ସେପଟେ ଲୋ ଭୋଲଟେଜ ଯୋଗୁଁ ଏସି କାମ କରୁ ନ ଥିବା ସଫେଇ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଖୁବ୍ ଶୀଘ୍ର ମରାମତି କରିବାକୁ କୁହାଯାଇଥିବା କହିଛନ୍ତି ଏସସିବି ମେଡିକାଲ କୁଳସଚିବ। ତେବେ ଏସସିବିରେ ଏଭଳି ସମସ୍ୟା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି।

Advertisment

SCB Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ