Advertisment

Cremation Ground:ଶବ ସତ୍କାର ପାଇଁ ଭରା ନଈରେ ବାଜିରେ ଲାଗୁଛି ଜୀବନ ! ମୁରାନ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦାବି

ମଶାଣିକୁ ଯିବା ପାଇଁ ରାସ୍ତା ଖୋଜୁଛି ମଲା ମଣିଷ । ଶବ ସତ୍କାର ପାଇଁ ବାଜିରେ ଲାଗୁଛି ଜୀବନ। ଭରା ନଈର ଉଛୁଳା ପାଣିରେ ପଶି ଲୋକେ ବୋହି ନେଉଛନ୍ତି କୋକେଇ।

Cremation Ground

Cremation Ground

Advertisment

ମଶାଣିକୁ ଯିବା ପାଇଁ ରାସ୍ତା ଖୋଜୁଛି ମଲା ମଣିଷ । ଶବ ସତ୍କାର ପାଇଁ ବାଜିରେ ଲାଗୁଛି ଜୀବନ। ଭରା ନଈର ଉଛୁଳା ପାଣିରେ ପଶି ଲୋକେ ବୋହି ନେଉଛନ୍ତି କୋକେଇ। ଏଭଳି ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବଗେଇପଦର ଗାଁର।

Advertisment

ମୁରାନ ନଦୀ ଆରପଟେ ମଶାଣି ଥିବାରୁ, ଗାଁର ଜଣେ ବ୍ୟକ୍ତିଙ୍କ ଦେହାନ୍ତ ପରେ ଶବ ସତ୍କାର ପାଇଁ ନଦୀ ପାରି ହେବାକୁ ପଡ଼ିଥିଲା। ସ୍ଥାୟୀ ପୋଲ ନଥିବାରୁ ଜୀବନକୁ ବାଜି ଲଗାଇ ନଦୀରେ ପଶିଥିଲେ ସମ୍ପର୍କୀୟ, ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ । ଏଭଳି ଘଟଣା ଦିନେ କି ଦୁଇଦିନର ନୁହେଁ। ବର୍ଷ ତମାମ ପୂର୍ବ ପୁରୁଷ ଅମଳରୁ ଏଭଳି ଦୁର୍ଦ୍ଦଶା ଭୋଗୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ତଳ ଗଦ୍ରି ଓ ପରଜା ଗଦ୍ରିରେ ବି ଏହି ସମସ୍ୟା ରହିଛି। ୩ ଖଣ୍ଡ ଗାଁ ଲୋକ ଗୋଟିଏ ମଶାଣିରେ ଶବ ସତ୍କାର କରିଥାନ୍ତି। ଖରାଦିନେ ନଦୀରେ କମ ପାଣି ଥିବାରୁ, ଯେମିତି ସେମିତି ଯାତାୟତ ହୋଇଥାଏ। କିନ୍ତୁ ବର୍ଷା ଦିନର ଚିତ୍ର ଆପଣଙ୍କ ସାମ୍ନାରେ ।

Advertisment

ଲୋକେ ଏଠାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରୁଛନ୍ତି । ତେବେ କେବଳ ମଶାଣି ଯିବାକୁ ନୁହେଁ, ତିନି ଖଣ୍ଡ ଗାଁ ବାସୀ ପ୍ରତିଦିନ ଯିବା ଆସିବା ପାଇଁ ସୁବିଧା ହେବ। ହାଟ ବଜାର ଠାରୁ ଆରମ୍ଭ କରି ଏହି ରାସ୍ତା ଉପରେ ବଗେଇ ପଦର ଏବଂ ପରଜା ଗଦ୍ରି ଗାଁ ଲୋକ ନିର୍ଭର କରୁଥିବା କୁହାଯାଉଛି।...

Cremation Ground Villagers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ