Advertisment

ବିଧାୟକ ସନାତନଙ୍କ ପ୍ରଶ୍ନ: ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରାଯାଉ...

ବିଧାୟକ ସନାତନ ମହାକୁଡ଼ଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ କୌଣସି ଯୋଜନା ନଥିବା କହିଛନ୍ତି ମନ୍ତ୍ରୀ । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ବି ନାହିଁ’।

ଅଦ୍ୟତନ ହୋଇଛି
Liquor

Liquor

Advertisment

ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପ୍ରସ୍ତାବ ନାହିଁ। ଏନେଇ ସରକାରଙ୍କର କୌଣସି ପ୍ରସ୍ତାବ ନଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟକ ସନାତନ ମହାକୁଡ଼ଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ କୌଣସି ଯୋଜନା ନଥିବା କହିଛନ୍ତି ମନ୍ତ୍ରୀ । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ବି ନାହିଁ’। 

Advertisment

ମଦ୍ୟପଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ ଓ ସ୍ବାସ୍ଥ୍ୟ ବୀମା ଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି ବୋଲି ପ୍ରଶ୍ନ କରିଥିଲେ ସନାତନ ମହାକୁଡ। 

ଏପଟେ ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା। ୧୬ଟି ସ୍ଥାନରେ ୨୫ ନୂଆ ଅବକାରୀ ଥାନା ଖୋଲିବାକୁ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ହୋଇଛି । ବାଲେଶ୍ବର, ଗଂଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲିବ । ସେହିପରି କଟକ, ନୟାଗଡ଼, ମୟୂରଭଞ୍ଜରେ ୨ଟି ଲେଖାଏଁ ଖୋଲିବ ନୂଆ ଅବକାରୀ ଥାନା । 

Advertisment

ଅନ୍ୟପଟେ ରାଜ୍ୟ ସରକାର ଆଣିଛନ୍ତି ନୂଆ ଅବକାରୀ ନୀତି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହେବ । ଯାହା ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ସ୍ପଷ୍ଟ କରାଯାଇଛି ଯେ, ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ ।

ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବନି । ଥ୍ରୀ-ଷ୍ଟାର ହୋଟେଲ ଏବଂ ତାଠୁ ଅଧିକ କ୍ୟାଟେଗୋରୀର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ । ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ । ବାର୍ ଗୁଡ଼ିକରେ ଅନୁମତି ନେଇ ସଂଗୀତ ପରିବେଷଣ କରିପାରିବେ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି ।

Advertisment

Liquor Excise Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ