Advertisment

ଘରୁ ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ, ଜାଣନ୍ତୁ କେମିତି ଦାଖଲ କରିବେ ଫର୍ମ...

ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ । ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ ।

ଅଦ୍ୟତନ ହୋଇଛି
How To Apply Subhadra Yojana Odisha 2024

subhadra yojana

Advertisment

ସୁଭଦ୍ରା ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ରର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ । ନିଜେ ଘରେ ରହି ଅନଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ । କେବଳ ଜନସେବା କେନ୍ଦ୍ର ମାଧ୍ୟମରେ ହିଁ ହୋଇପାରିବ ଆବେଦନ । ଆଜି ସନ୍ଧ୍ୟାରୁ ଖୋଲିବ ସୁଭଦ୍ରା ପୋର୍ଟାଲ । ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଭିଡ଼ ଲଗାନ୍ତୁନି ।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ସୁଭଦ୍ରା ଫର୍ମ ସଂଗ୍ରହ, ମୋ ସେବା ଓ ଜନସେବା କେନ୍ଦ୍ରରେ କରି ହେବ ଆବେଦନ

ସେହିପରି ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ । ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ । ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଆବେଦନକାରୀଙ୍କ ପାଖରେ ଉପଲବ୍ଧ କରାଇଛନ୍ତି ସୁଭଦ୍ରା ଫର୍ମ । କିଛି ଜନସେବା କେନ୍ଦ୍ରରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି । ସେମାନଙ୍କ ଠାରୁ ଫର୍ମ ନେଇ ତାକୁ ପୂରଣ କରି ଜନସେବା କେନ୍ଦ୍ରରେ ଦାଖଲ କରିବେ । ଏଥିପାଇଁ ସାଥିରେ କେବଳ ଆଧାର କାର୍ଡ ଆଣିବାକୁ ପଡ଼ିବ ।

Advertisment

ମୋବାଇଲ ନମ୍ବର, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଭଳି ୪ଟି ବିକଳ୍ପରେ ହୋଇପାରିବ ଆଧାର ଅଥେଣ୍ଟିକେସନ । ତେଣୁ ଆଧାର ଅପଡେଟ କରାଇବା ଲାଗି ମଧ୍ୟ ଲୋକମାନେ ଜନସେବା କେନ୍ଦ୍ରରେ ଅଯଥା ଭିଡ଼ ଲଗାନ୍ତୁ ନାହିଁ । ଅନେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇ ସୁଭଦ୍ରା ଯୋଜନା ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଉଛି ବୋଲି ଦିଲ୍ଲୀପ ଦାଶ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ’

Subhadra Online Apply
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ