ବଡ଼ ଖବର: ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ...

ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ।

High Court bench
ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି । କହିଛନ୍ତି, ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ । 

ଅଧିକ ପଢନ୍ତୁ: ଦୁର୍ଗାପୂଜା ଭସାଣିରେ ବାଜିବନି DJ, ଜୋର ଜବରଦସ୍ତ ଚାନ୍ଦା ମାଗିଲେ ହେବ ଏତଲା

ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ବୋଲି କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଥିଲେ । ଏ ବାବଦରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ବାବଦରେ କୌଣସି ପ୍ରସ୍ତାବ ନାହିଁ।


ବିଧାୟକଙ୍କ ପ୍ରଶ୍ନ- ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି ? 

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର- ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା  ରାୟ ଅନୁଯାୟୀ, ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ।