Advertisment

No Cash in ATM: ଏଟିଏମରେ ଟଙ୍କା ନାହିଁ, ଗ୍ରାହକ ଦୌଡ଼ି ଦୌଡ଼ି ନୟାନ୍ତ

ବାଲେଶ୍ବର ଓ ବାରିପଦାର ଶହେ ପ୍ରତିଶତ ଏସବିଆଇ ଏଟିଏମ କାଉଣ୍ଟର ଟଙ୍କା ଶୂନ୍ୟ। କିଏ ମେଡିସିନ୍ ପାଇଁ ହେଉ କି କିଏ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ କାର୍ଡ ଧରି ଟଙ୍କା ଉଠାଇବାକୁ ଏସବିଆଇ ଏଟିଏମ୍ କୁ ଆସିଲା ବେଳକୁ ନୋ କ୍ୟାସ ସିଗନାଲ ଦେଖି ବିରକ୍ତ ହୋଇ ଫେରୁଛନ୍ତି। ସହରର ଭିତର ଅପେକ୍ଷା, ଉପକଣ୍ଠରେ ସମସ୍ୟା ଅଧିକ ଜଟିଳ।

ଅଦ୍ୟତନ ହୋଇଛି
atm

atm

Advertisment

ଏଟିଏମ୍ ରେ ଟଙ୍କା ନାହିଁ। ବ୍ୟସ୍ତ ବେଳରେ ଏଠୁ ସେଠିକି ଦୌଡୁଛନ୍ତି ଗ୍ରାହକ। ବେଶୀ ହଇରାଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟଧାରୀ। ଭୁବନେଶ୍ବରରୁ ବାଲେଶ୍ବର- ରାଜ୍ୟର ସବୁ ଛୋଟ ବଡ଼ ସ୍ଥାନରେ ପ୍ରାୟ ମାସେ ହେଲାଣି ଏପରି ଅବସ୍ଥା। କେବେ ସୁଧୁରିବ ସେ ଉତ୍ତର କାହା ପାଖେ ନାହିଁ। ତଥ୍ୟ କହୁଛି ରାଜ୍ୟର ୧୩ଶହ ଏସବିଆଇ ଏଟିଏମ୍ ଟଙ୍କା ଶୂନ୍ୟ ଅବସ୍ଥାରେ ଥିବାବେଳେ ଧିରେ ଧିରେ ଏ ସମସ୍ୟା ଅନ୍ୟ ବ୍ୟାଙ୍କକୁ ବି ମାଡ଼ିଲାଣି। ଦେଶରେ ବି ଏଭଳି ଏଟିଏମ୍ ସଂଖ୍ୟା ୩୮ ହଜାରରୁ ଅଧିକ। ଗ୍ରାହକ ହୀନସ୍ତା ହେଉଥିବାବେଳେ ଏସବିଆଇର ସ୍ଥାନୀୟ କର୍ତ୍ତୃପକ୍ଷ କିନ୍ତୁ ଚୁପ୍।

Advertisment

ବାଣିଜ୍ୟିକ ସହର କଟକର ମଙ୍ଗଳାବାଗ, ରାଣିହାଟ, ହାଇକୋର୍ଟ ଛକ ହେଉ ଅବା ଏସସିବି ମେଡିକାଲ କ୍ୟାମ୍ପସ, ଶତାଧିକ ଷ୍ଟେଟବ୍ୟାଙ୍କ୍ ଏଟିଏମ୍ ଅଚଳ। ପାଖ ଏଟିଏମ୍ କୁ ଯିବାକୁ ଲାଗିଛି ନୋଟିସ୍। ତାସହ ଏଟିଏମ୍ ଚାଲୁନଥିବାରୁ କାଗଜରେ ଦୁଃଖିତ ଲେଖି କାମ ସାରିଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ବାଲେଶ୍ବର ଓ ବାରିପଦାର ଶହେ ପ୍ରତିଶତ ଏସବିଆଇ ଏଟିଏମ କାଉଣ୍ଟର ଟଙ୍କା ଶୂନ୍ୟ। କିଏ ମେଡିସିନ୍ ପାଇଁ ହେଉ କି କିଏ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ କାର୍ଡ ଧରି ଟଙ୍କା ଉଠାଇବାକୁ ଏସବିଆଇ ଏଟିଏମ୍ କୁ ଆସିଲା ବେଳକୁ ନୋ କ୍ୟାସ ସିଗନାଲ ଦେଖି ବିରକ୍ତ ହୋଇ ଫେରୁଛନ୍ତି। ସହରର ଭିତର ଅପେକ୍ଷା, ଉପକଣ୍ଠରେ ସମସ୍ୟା ଅଧିକ ଜଟିଳ। ଏଣେ ବ୍ୟାଙ୍କକୁ ଯାଇ ଏଟିଏମ୍ ରୁ ଯାଇ ଟଙ୍କା ଉଠାଇବାବେଳକୁ ସେଠି ବି ଲାଗିଛି ଲମ୍ବା ଲାଇନ୍। ତେଣୁ ବିରକ୍ତି ଭାବ ପ୍ରକାଶ କରି ଫେରୁଛନ୍ତି ଗ୍ରାହକ।

ଖାଲି ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ବି ଦେଖାଦେଲାଣି ଏଭଳି ସମସ୍ୟା। ଏସବିଆଇ ପରି ଆଇସିଆଇସିଆଇ ଓ ଆକ୍ସିସ ବ୍ୟାଙ୍କର ଏଟିଏମରେ ମଧ୍ୟ ପ୍ରଭାବିତ ହୋଇଛି ଟଙ୍କା ଉଠାଣ ସେବା। ଦେଶରେ ଟଙ୍କା ଶୂନ୍ୟ ଏଟିଏମ୍ ସଂଖ୍ୟା ୩୮ ହଜାର ଟପି ଥିବାବେଳେ କେବଳ ଷ୍ଟେଟ ବ୍ୟାଙ୍କର ଏଟିଏମ୍ ସଂଖ୍ୟା ୧୪ ହଜାରରୁ ଅଧିକ। ତେବେ ଏଠି ପ୍ରଶ୍ନ- ଦିନେ କି ସପ୍ତାହେ ନୁହେଁ, ମାସେ ପାଖାପାଖି ହେଲାଣି କାହିଁକି ଉପୁଜିଛି ଏଭଳି ଗୁରୁତର ସମସ୍ୟା ଗ୍ରାହକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ କେଉଁ କାରଣରୁ ଅକ୍ଷମ ବ୍ୟାଙ୍କ କର୍ତ୍ତୃପକ୍ଷ

Advertisment

ଏସଜିଏସ୍ ଟ୍ରାନଜାକ୍ଟ ନାମକ କଂପାନୀ ଷ୍ଟେଟବ୍ୟାଙ୍କର ୧୪ ହଜାର, ଆକ୍ସିସ ବ୍ୟାଙ୍କର ୫ ହଜାର ଓ ଅନ୍ୟାନ୍ୟ ବ୍ୟାଙ୍କର ପ୍ରାୟ ୨୦ ହଜାର ପାଖାପାଖି ଏଟିଏମ୍ ଗୁଡ଼ିକରେ ଟଙ୍କା ପହଞ୍ଚାଇବା କାମ କରୁଥିଲା। ହେଲେ ଏସଜିଏସ୍ କଂପାନୀ ହଠାତ୍ ଦେବାଳିଆ ହୋଇଯାଇଛି। କଂପାନୀ ପ୍ରାୟ ୭ଶହରୁ ଅଧିକ କୋଟି ଟଙ୍କା ପୈଠ କରିବାକୁ ସକ୍ଷମ ହୋଇପାରୁନି। ଯାହାଦ୍ବାରା ବ୍ୟାଙ୍କରୁ ଆଉ ସଂସ୍ଥା ପାଖକୁ ଟଙ୍କା ଯାଉନି ଓ ଏଟିଏମ୍ ସବୁ ଟଙ୍କା ଶୂନ୍ୟ ହୋଇ ହୋଇପଡ଼ିଛି।

ଦେଶରେ ସର୍ବାଧିକ ଗ୍ରାହକ ସେବା ଯୋଗାଉଥିବା ଷ୍ଟେଟ୍ ବ୍ୟାଙ୍କର ହଜାର ହଜାର ଏଟିଏମ୍ ରେ ଟଙ୍କା ଉଠାଣ ବାଧାପ୍ରାପ୍ତ, ହେଲେ କର୍ତ୍ତୃପକ୍ଷ ନିରୁତ୍ତର। ଗୋଟିଏ ପଟେ ଏସବିଆଇ ଭଳି ପ୍ରମୁଖ ବ୍ୟାଙ୍କ ଗ୍ରାହକଙ୍କୁ ଏଟିଏମ୍ ସେବା ଯୋଗାଇବାରେ ବିଫଳ ହୋଇଥିବାବେଳେ ତେଣେ ଅନ୍ୟ ଛୋଟ ଓ ଘରୋଇ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରି ଅଯଥା ଶୁଳ୍କ ଗଣୁଛନ୍ତି ଗ୍ରାହକ।

Advertisment

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

SBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ