Advertisment

Breast Cancer Detection Device: ସ୍ତନ କର୍କଟ ଚିହ୍ନଟ କରିବ ବାୟୋ ସେନସର, NIT ରାଉରକେଲା ଛାତ୍ରଙ୍କ ଆବିଷ୍କାର

ରାଉରକେଲା NITର ଇଲେକଟ୍ରିକାଲ ଇଂଜିନିୟରିଂ ବିଭାଗ ପ୍ରସ୍ତୁତ କରିଛି ଏଭଳି ଏକ ବାୟୋ ସେନସର ଡିଭାଇସର ଡିଜାଇନ୍। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ ମିଳିସାରିଥିବା ବେଳେ ଖୁବଶୀଘ୍ର ଡିଭାଇସ୍ ବଜାରକୁ ଆସିବ।

breast cancer

breast cancer

Advertisment

ଏଣିକି ଚୁଟକିରେ ଧରିହେବ ବ୍ରେଷ୍ଟ କ୍ୟାନସରକୁ। ଘରେ ବସି ଅତି ସହଜରେ ଏବଂ କମ୍ ଖର୍ଚ୍ଚରେ କ୍ୟାନସରକୁ ଚିହ୍ନଟ କରିହେବ। ରାଉରକେଲା NITର ଇଲେକଟ୍ରିକାଲ ଇଂଜିନିୟରିଂ ବିଭାଗ ପ୍ରସ୍ତୁତ କରିଛି ଏଭଳି ଏକ ବାୟୋ ସେନସର ଡିଭାଇସର ଡିଜାଇନ୍। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ ମିଳିସାରିଥିବା ବେଳେ ଖୁବଶୀଘ୍ର ଡିଭାଇସ୍ ବଜାରକୁ ଆସିବ। ଆସନ୍ତୁ ଜାଣିବା ଏହି ଡିଭାଇସ୍ କେମିତି କାମ କରିବ ଏବଂ କେମିତି ଚିହ୍ନିହେବ ସ୍ତନ କର୍କଟକୁ।

Advertisment

ଆପଣ ସ୍ତନ କର୍କଟରେ ଆକ୍ରାନ୍ତ କି ନୁହେଁ, ଖୁବଶୀଘ୍ର ଘରେ ବସି ଜାଣିପାରିବେ। ହାତପାଆନ୍ତାରେ ରୋଗକୁ ଚିହ୍ନଟ ପରେ କରିପାରିବେ ଚିକିତ୍ସା। ଏଭଳି ସରଳ, ସୁଲଭ ଏବଂ ପ୍ରଭାବୀ ଟେକନିକ୍ ତିଆରି କରିଛନ୍ତି ରାଉରକେଲା NITର ଗବେଷକ। ଏହି ସେମିକଣ୍ଡକ୍ଟର ଆଧାରିତ ବାୟୋ ସେନ୍ସର ଟେକନିକ୍ ବଳରେ କ୍ୟାନସରକୁ ସହଜରେ ଚିହ୍ନଟ କରିହେବ। ବଡ କଥା ହେଉଛି ଯେ, ବାୟୋ ସେନସର ପାଇଁ କୌଣସି ଅତିରିକ୍ତ ରସାୟନିକ ପଦାର୍ଥର ଅବଶ୍ୟକତା ନାହିଁ। ଏହା ଅତି ସହଜରେ ଶରୀରରେ ଥିବା ସାଧାରଣ ସେଲ୍ ଏବଂ ବିକଶିତ କ୍ୟାନସର ସେଲ୍ କୁ ଅଲଗା କରି, ଚିହ୍ନଟ କରିଥାଏ।

ଅଧିକ ପଢ଼ନ୍ତୁ: ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍

Advertisment

ଏବେ ଆସନ୍ତୁ ଜାଣିବା ଏହି ମେସିନ କେମିତି କାମ କରିବ ? କେମିତି ଜାଣିହେବ ଆପଣଙ୍କୁ ସ୍ତନ କର୍କଟ ହୋଇଛି କି ନାହିଁ ? ଗବେଷକଙ୍କ ସୂଚନା ଅନୁସାରେ, ସ୍ତନ କର୍କଟ ଜାଣିବାକୁ ଡିଭାଇସ୍ ଟି ଟନେଲ୍ ଫିଲଡ ଇଫେକ୍ଟ ଟ୍ରାନ୍ଜିଷ୍ଟର ବା TFET ର ବ୍ୟବହାର କରିଥାଏ। ଏହା ଏଭଳି ଏକ ଇଲେକ୍ଟ୍ରୋନିକ ସେନସର ଯାହା ଶରୀରର ଜୈବିକ ପଦାର୍ଥକୁ ଚିହ୍ନଟ କରିଥାଏ। ସେନସର, ଶରୀରର କର୍କଟ କୋଷ ଏବଂ ସାଧାରଣ କୋଷକୁ ଅଲଗା କରି ତାଭିତରେ ଥିବା ପାର୍ଥକ୍ୟକୁ ଧରିଥାଏ। T47D ନାମକ ସ୍ତନ କର୍କଟ କୋଷିକାରେ ଅଧିକ ପରିମାଣର ପାଣି ଥାଏ। ଯାହାକୁ ଚିହ୍ନଟ କରିବାରେ ସହଯୋଗ କରିଥାଏ ଏହି ବାୟୋ ସେନସର୍।

ବର୍ତ୍ତମାନ ସ୍ତନ କର୍କଟ ଚିହ୍ନଟ ପାଇଁ ଏକ୍ସରେ, ମାମୋଗ୍ରାଫି, ଅଲଟ୍ରା ସୋନୋଗ୍ରାଫି ଏବଂ ଏଲିସା ଟେଷ୍ଟ କରାଯାଉଛି। ଯାହା ଖର୍ଚ୍ଚାଧିକ ଏବଂ ସମୟ ବହୁଳ। ପରୀକ୍ଷା ପାଇଁ ଏକ୍ସପର୍ଟ ବି ଆବଶ୍ୟକ। ତେଣୁ ଗାଁ ଗହଳିରେ ବ୍ରେଷ୍ଟ କ୍ୟାନସରର ଚିହ୍ନଟ ଏବଂ ଚିକିତ୍ସାରେ ସମସ୍ୟା ଉପୁଜୁଛି। ରାଉରକେଲା NIT ବିକଶିତ କରିଥିବା ଡିଭାଇସ୍ ଏଥିରେ ବଡ଼ ସୁଧାର ଆଣିପାରିବ ବୋଲି ଆଶା କରାଯାଉଛି।

Advertisment

ପ୍ରଥମ ଷ୍ଟେଜରେ କର୍କଟ ଚିହ୍ନଟ ହୋଇପାରିଲେ, ତାର ଶହେ ପ୍ରତିଶତ ଚିକିତ୍ସା ସମ୍ଭବ। ତେଣୁ ଏହାକୁ ଫୋକସ କରି ଘରେ ହିଁ ପରୀକ୍ଷା ପାଇଁ ସୁଯୋଗ ଆଣିଦେଇଛି ରାଉରକେଲା NITର ଏହି ଗବେଷଣା। ବାୟୋ ସେନସର ଡିଭାଇସ ଡିଜାଇନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି। ଖୁବଶୀଘ୍ର ଡିଭାଇସ୍ ପ୍ରସ୍ତୁତ ହୋଇ ବଜାରକୁ ଆସିବ।

ଅଧିକ ପଢ଼ନ୍ତୁ: ମୋହନ ସରକାରର ପ୍ରଥମ ସ୍ବନକ୍ଷତ୍ର, ବିକଶିତ ଓଡ଼ିଶା ପାଇଁ ନିଅଁ ପକାଇବେ ପ୍ରଧାନମନ୍ତ୍ରୀ

Odisha NIT Rourkela Breast Cancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ