Advertisment

KIIT Suicide Row: ଆଜି ବି କିଟ୍‌ରେ ତନାଘନା କରିପାରେ NHRC ଟିମ୍

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ସହପାଠୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ମାମଲା । କାଲି ୫ ଘଣ୍ଟା ଝାଳବୁହା ଜେରା ପରେ ଆଜି ବି ଦ୍ୱିତୀୟ ଦିନରେ କିଟ୍‌ରେ ତନାଘନା କରିପାରେ NHRC ଟିମ୍ ।

ଅଦ୍ୟତନ ହୋଇଛି
KIIT University Row

KIIT University Row

Advertisment

କିଟ୍‌ରେ ଆଜି ବି ଦ୍ୱିତୀୟ ଦିନରେ ତନାଘନା କରିପାରେ NHRC ଟିମ୍ । କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆସିଥିବା NHRC ଟିମ୍ ସରଜମିନ୍ ଖୋଳତାଡ଼ କରିପାରେ । ଗତକାଲି କିଟ୍‌ରେ ୫ ଘଣ୍ଟିଆ ଝାଳବୁହା ଜେରା କରିଥିଲା NHRC ଟିମ୍ । କୁଇନ୍ସ ହଷ୍ଟେଲରେ ମୃତ ଛାତ୍ରୀଙ୍କ ସହପାଠିନୀ ଏବଂ ପାଖ ରୁମରେ ରହୁଥିବା ଛାତ୍ରୀଙ୍କୁ ପଚରାଉଚରା କରାଯାଇଥିଲା । କିଟର ରେଜିଷ୍ଟ୍ରାର ଓ ୱାଡେନ୍ଙଙ୍କୁ ମଧ୍ୟ ଜେରା ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍, IRO ଅଫିସରଙ୍କୁ ଘାଣ୍ଟୁଥିବା ସୂଚନା

ଏଥିସହ NHRC ଟିମ୍‌କୁ ଭେଟିଛନ୍ତି ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପି । NHRC ଟିମ୍ ନିକଟରେ ନିଜ ପକ୍ଷ ରଖିଛନ୍ତି ସିପି ଏସ୍. ଦେବଦତ୍ତ ସିଂ ଏବଂ ଡିସିପି ଜଗମୋହନ ମୀନା । ଏନେଇ ପୋଲିସ କମିଶନର କହିଛନ୍ତି, ଯାହା ତଥ୍ୟ ପ୍ରମାଣ ମାଗିଛନ୍ତି ସବୁ ଦିଆଯାଇଛି । ସହଯୋଗ ପାଇଁ NHRC ଟିମକୁ ଜଣେ ସ୍ବତନ୍ତ୍ର ଅଧିକାରୀ ଦିଆଯାଇଛି । ତଦନ୍ତ ସାରି ଆସନ୍ତା ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଟିମଙ୍କୁ ଏନଏଚଆରସିର ନିର୍ଦ୍ଦେଶ ରହିଛି ।

Advertisment

ଜାତୀୟ ମାନାବାଧିକାର କମିଶନଙ୍କ ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ବରେ ଏହି ଟିମ୍ କିଟ୍ କ୍ୟାମ୍ପସରେ ତନାଘନା କରିଛି । ମୃତ ନେପାଳୀ ଛାତ୍ରୀ ଜଣଙ୍କ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଦ୍ବିକ ଶ୍ରୀବାସ୍ତବଙ୍କ ଦ୍ବାରା ନିର୍ଯାତିତ ହୋଇ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ବି କାହିଁକି ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା ? କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ IROଙ୍କୁ ସେନେଇ ପଚରାଉଚରା ହୋଇଛି ।

ସେହିପରି ମୃତଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ଅଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ମାରପିଟ, କେବଳ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲକୁ ସାଇନ ଏ ଡାଏ ଘୋଷଣା କରାଯିବା, ଦେଶ ନାଁ ନେଇ ସେମାନଙ୍କୁ କଟୁ ମନ୍ତବ୍ୟ ଦିଆଯିବା, ପରିଶେଷରେ ସେମାନଙ୍କୁ ଜୋର ଜବରଦସ୍ତ  କଟକ ରେଲୱେ ଷ୍ଟେସନରେ ଛାଡ଼ିଦିଆଯିବା ଭଳି ନିଷ୍ପତ୍ତି ପଛରେ କିଏ, କାହିଁକି ଏବଂ କାହା ନିର୍ଦ୍ଦେଶରେ ଏସବୁ ଜଘନ୍ୟକାଣ୍ଡ ହେଲା ସେ ନେଇ କିଟର ରେଜିଷ୍ଟ୍ରାର ଓ ୱାଡେନଙ୍କୁ ପଚରାଉଚରା ହୋଇଛି ।  ଆଜି ଦ୍ୱିତୀୟ ଦିନରେ ବି ତନାଘନା କରିପାରେ NHRC ଟିମ୍ । 

Advertisment
NHRC KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ