Advertisment

ଠିଆ ହୋଇଛି ବସ୍; ଗଡୁନି ଆମ୍ବୁଲାନ୍ସ: ୧୫ ଦିନ ହେଲାଣି ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍...

ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୨୦ରେ ଏମିତି ଚିତ୍ର ଦେଖିବାକୁ ମିଳିଛି ।

 Major Traffic

Major Traffic

Advertisment

ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍ । ଠିଆ ହୋଇଛି ବସ୍ । ଗଡୁନି ଆମ୍ବୁଲାନ୍ସ । ଦିନେ କି ଦୁଇଦିନ ନୁହେଁ, ୧୫ ଦିନରୁ ଅଧିକ ହେଲାଣି ଭୟଙ୍କର ରାସ୍ତା ଜାମ୍ ହେଉଛି । ଫଳରେ ଜାତୀୟ ରାଜପଥ ଉପରେ ଠିଆ ହୋଇ ରହିଛି ହାଜର ହାଜର ସଂଖ୍ୟାରେ ଭରିଯାନଠାରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ।

Advertisment

ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୨୦ରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ଅଭିଯୋଗ ହୋଇଛି, କେନ୍ଦୁଝର ଜିଲ୍ଲାର ରୁଗୁଡ଼ି ଥାନାଠାରୁ କୋଇଡା ଥାନାର କୁସୁମୁଣ୍ଡି ଛକ ପର୍ଯ୍ୟନ୍ତ ଗୁରୁତର ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଫଳରେ ଜାତୀୟ ରାଜପଥରେ ଆମ୍ବୁଲାନ୍ସ, ସ୍କୁଲ୍ ବସ୍, ଘରୋଇ ବସ୍, ଚାରି ଚକିଆ ସହ ଭାରିଯାନଗୁଡ଼ିକ ଚାରି ଦିନ ହେବ ଜାମ ଭିତରେ ଫସି ରହିଛନ୍ତି । 

ସେମାନେ ଭୋକ ଉପାସରେ ପଡ଼ି ରହିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

Buses NH
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ