Advertisment

NGT Verdict: ଜଙ୍ଗଲଜମିରୁ ତିନିମହଲା ଅଟ୍ଟାଳିକା ଉଚ୍ଛେଦ ପାଇଁ NGT ରାୟ

ଜଙ୍ଗଲଜମି ଜବରଦଖଲ ଓ ଗୋଚର ଜମିରେ ରାସ୍ତା ନିର୍ମାଣ ବେଳେ ଯେଉଁ ସରକାରୀ ଅଧିକାରୀମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏନଜିଟିଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ବି ଅମିତ ସ୍ଥାଲେକର ଓ ଡ଼ ଅରୁଣ ବର୍ମା l

ଅଦ୍ୟତନ ହୋଇଛି
ଜଙ୍ଗଲ ଜମିରେ କୋଠା

ଜଙ୍ଗଲ ଜମିରେ କୋଠା

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କୁଆଳୋ ମୌଜାରେ ଜଙ୍ଗଲଜମି କିସମ ଦୁଇରେ ତିନିମହଲା ଅଟାଳିକାକୁ ଉଛେଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏନଜିଟି l ସେହିପରି ଭାବେ କର୍ତ୍ତବ୍ୟରେ ଅବହେଳା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି l ସୂଚନା ଅନୁସାରେ ପରଜଙ୍ଗ ତହସିଲ କୁଆଳୋ ମୌଜାରେ ସେହି ଗ୍ରାମର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଜଙ୍ଗଲ ଦୁଇ କିସମ ଜମି ଉପରେ ତିନିମହଲା ଅଟାଳିକା ନିର୍ମାଣ କରିଥିଲେ l ଏଥି ସହିତ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ  ଥିବା ସଂରକ୍ଷିତ ଜଙ୍ଗଲଜମିରେ ରାସ୍ତା ନିର୍ମାଣ କରି ନିଜର ହୋଟେଲକୁ ଦୈନିକ ଶହଶହ ଭାରୀଯାନ ଚଳାଉଥିବା ବେଳେ ଗୋଚର ଜମିରେ ପାର୍କିଂ ସ୍ଥଳ ନିର୍ମାଣ କରି ନିଜର ବ୍ୟବସାୟ ଜାରି ରଖିଥିଲେ l ଫଳରେ ସେହି ଜଙ୍ଗଲଜମି ରେ ଥିବା ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ହୋଇଯାଇଥିବା ବେଳେ ପାଉଁଶ ପକାଇ ପାର୍କିଂ ରାସ୍ତା କରିଥିବା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିଲା l

Advertisment

ଜାତୀୟରାଜପଥ ପାର୍ଶ୍ୱରେ  ଓ ଜନବସତି ନିକଟରେ ଏହି ଜଙ୍ଗଲଜମି ରହିଥିବା ବେଳେ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏହିପରି କାର୍ଯ୍ୟ ଯୋଗୁ ପରିବେଶ ନଷ୍ଟ ହୋଇ ଆସୁଥିଲା l ତେବେ ଏନେଇ ୟୁଥ ୟୁନାଇଟେଡ଼ ଫର ସଷ୍ଟେନବ୍ଲ୍ୟୁ ଇନଭାରମେଣ୍ଟ ଟ୍ରଷ୍ଟ ତରଫରୁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇବା ସତ୍ୱେ କୌଣସି ସୁଫଳ ମିଳିପାରିନଥିଲା l ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏ ସମ୍ପର୍କ ରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ରାଜନୈତିକ ପ୍ରଭାବ ଫଳରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇ ପାରୁନଥିଲା l

ବାରମ୍ବାର ନିରାଶ ହେବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବାଧ୍ୟ ହୋଇ ୟୁଥ ୟୁନାଇଟେଡ଼ ଫର ସଷ୍ଟେନବ୍ଲ୍ୟୁ ଇନଭାରମେଣ୍ଟ ଟ୍ରଷ୍ଟ ତରଫରୁ ଏ ସଂକ୍ରାନ୍ତ ରେ ୩/୨/୨୫ ରେ ଏନଜିଟି ଙ୍କ ନିକଟରେ ଏକ ମାମଲା ରୁଜୁ କରାଯାଇଥିଲା l ଅଭିଯୋଗକୁ ଗ୍ରହଣ କରି ଏନଜିଟି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚାରି ସପ୍ତାହ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ l ସେହି ଅନୁସାରେ ଗତ ୧୯/୨/୨୫ ରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ମହାବିରୋଡ଼ ରେଞ୍ଜର, ପରଜଙ୍ଗ ତହସିଲଦାର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଏନଜିଟିଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ l

Advertisment

ପରେ ଏନଜିଟି ଗଠିତ କମିଟି ରିପୋର୍ଟ, ଟ୍ରଷ୍ଟ ପକ୍ଷରୁ ହୋଇଥିବା ଅଭିଯୋଗ ଓ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସତ୍ୟପାଠକୁ ଆଧାର କରି କୁଆଳୋ ମୌଜା ର ଖାତା ନମ୍ବର -୮୨୪, ପ୍ଲଟ ନମ୍ବର -୩୪୯୩ ଜଙ୍ଗଲ ଦୁଇ କିସମ ଜମି ଉପରେ ହୋଇଥିବା ତିନିମହଲା ଅଟାଳିକାକୁ ଉଛେଦ କରିବା ସହ ଖାଲପାଳ ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ରାସ୍ତା ନିର୍ମାଣ ସ୍ଥାନରେ ବୃକ୍ଷରୋପଣ କରିବା ଓ ଗୋଚର ଜମି ରେ ୪୫ ହଜାର ମେଟ୍ରିକ ଟନ ପାଉଁଶ କେଉଁଠୁ ଆସିଛି ତାହାର ତଦନ୍ତ କରିବା ପାଇଁ ରାୟ ପ୍ରକାଶ କରିଛନ୍ତି l

ଜଙ୍ଗଲଜମି ଜବରଦଖଲ ଓ ଗୋଚର ଜମିରେ ରାସ୍ତା ନିର୍ମାଣ ବେଳେ ଯେଉଁ ସରକାରୀ ଅଧିକାରୀମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏନଜିଟିଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ବି ଅମିତ ସ୍ଥାଲେକର ଓ ଡ଼ ଅରୁଣ ବର୍ମା l

Advertisment

ଯଥାଶୀଘ୍ର ଜବରଦଖଲ ଉଛେଦ କରିବା ସହ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ଏନଜିଟି ନିର୍ଦେଶ ଦେଇଛନ୍ତି l ଟ୍ରଷ୍ଟ ତରଫରୁ ହୋଇଥିବା ଏହି ଅଭିଯୋଗକୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ପରିଚାଳନା କରିଥିଲେ l

Forest Officials NGT Forest Land Verdict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ