Advertisment

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ

NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ।

Ratna Bhandar

Ratna Bhandar

Advertisment

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇ କହିଛନ୍ତି- ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ସର୍ଭେ ଶେଷ ହୋଇଛି । ଯଦିଓ କାଲି ପାଇଁ ମଧ୍ୟ ସମୟ ଥିଲା, କିନ୍ତୁ ଆଜି ସର୍ଭେ ସରିଛି । NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ । ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବା ପରେ କାର୍ଯ୍ୟ ଆଗକୁ ବଢ଼ିବ।

Advertisment

ସେପଟେ ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି ? ସେ ନେଇ ଖୁବ୍‌ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ NGRI ଟିମ୍‌ । ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି । ଡାଟା ଇମେଜ କ୍ଵାଲିଟିକୁ ଲାବ୍‌ରେ ଆସେମ୍ବଲ୍‌ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ NGRI ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି ବୋଲି କହିଛନ୍ତି ବୈଜ୍ଞାନିକ ଆନନ୍ଦ କିଶ୍ର ପାଣ୍ଡେ ।

ତେବେ ଏହା ପୂର୍ବରୁ ASI ରତ୍ନ ଭଣ୍ଡାର ବାହାର କାନ୍ଥର ଲେଜର ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା । ତେବେ ଚଳିତ ମାସ ୧୮ ତାରିଖରେ NGRI ଟିମ୍ ମଧ୍ୟ ଲେଜର୍ ସର୍ଭେ କରିଥିଲା ।

Advertisment

ସୂଚନା ଅନୁସାରେ ଜୁଲାଇ ୧୪ ତାରିଖରୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ସର୍ଭେ ରିପୋର୍ଟ ହସ୍ତଗତ କରିବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି। ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କୁ ବିନା ଦ୍ୱିଧାରେ ମହାପ୍ରଭୁଙ୍କୁ ଦର୍ଶନ ପାଇପାରିବେ। ତେବେ ଛତିସାନିଯୋଗ ନାୟକ କହିଛନ୍ତି ସବୁ ସର୍ଭେ କାମ ଶେଷ ହୋଇଛି। ରତ୍ନଭଣ୍ଡାର ଭିତରେ ଆଉ କିଛି କୋଠରୀ ଅଛି କି ନାହିଁ ତାହା ମହାପ୍ରଭୁ ଜାଣନ୍ତି। ହେଲେ କିଛି ଥାଇପାରେ ବୋଲି ସନ୍ଦେହ ରହିଛି। ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ।

Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ