Advertisment

Ultrasound Error Bhadrak: ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଘଟଣା; ହୃଦୟ ବିଦାରକ ଘଟଣାରେ ଆକାଶ ଆଖିରୁ ବି ଝରିଲା ଲୁହ...

ଆକାଶର ଛାତିଟା ବି ଫାଟିଯାଉଛି...ଆଜି ଆକାଶଟା ଅନବରତ କାନ୍ଦିଛି...ବର୍ଷା ନୁହେଁ ତ ଲୁହ ବରଷିଛି...ଲୁହ-କୋହ ସବୁ ମିଶିଯାଇଛି...ଟୁପ୍ ଟୁପ୍ ବର୍ଷାର ଶବ୍ଦରେ, କଂକ୍ରିଟ ରାସ୍ତାଟାରେ ଆଜି ବର୍ଷାଭିଜା ମଧ୍ୟାହ୍ନରେ ସାରା ଭଦ୍ରକ ଦେଖୁଥିଲା ଲିଭିଯାଇଥିବା ଜୀବନ କାହାଣୀର ଲୋମଟାଙ୍କୁରା ଘଟଣା।

ଅଦ୍ୟତନ ହୋଇଛି
Ultrasound Error Bhadrak:

Ultrasound Error Bhadrak:

Advertisment

ବିଚ୍ ରାସ୍ତାରେ ଚିର ନିଦ୍ରାରେ ଶୋଇ ଯାଇଛି ନବଜାତ ଶିଶୁ। ପାଖରେ ଜଗି ବସିଛନ୍ତି ଅସହାୟ ଅଜା। ଘରୋଇ ଅଲଟ୍ରାସାଉଣ୍ଡ ସଂସ୍ଥାର ସାଂଘାତିକ ତ୍ରୁଟି ସମ୍ପର୍କରେ ମୁହଁ ଖୋଲିବାକୁ ସାଙ୍ଗରେ କେହି ନାହିଁ। ଆଉ ହୃଦୟ ବିଦାରକ ଘଟଣାକୁ ଦେଖି, ସମବେଦନା ଜଣାବାକୁ ଆଜି ଆକାଶ ବି କାନ୍ଦିଛି। ଭଦ୍ରକ ସହରରେ ଆଜି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଆଖି ବୁଜି ଦେଇଛି ଗର୍ଭସ୍ଥ ସନ୍ତାନ, ଆଉ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ଯୁଝୁଛି ମାଆ।

Advertisment

ଆକାଶର ଛାତିଟା ବି ଫାଟିଯାଉଛି...ଆଜି ଆକାଶଟା ଅନବରତ କାନ୍ଦିଛି...ବର୍ଷା ନୁହେଁ ତ ଲୁହ ବରଷିଛି...ଲୁହ-କୋହ ସବୁ ମିଶିଯାଇଛି...ଟୁପ୍ ଟୁପ୍ ବର୍ଷାର ଶବ୍ଦରେ, କଂକ୍ରିଟ ରାସ୍ତାଟାରେ ଆଜି ବର୍ଷାଭିଜା ମଧ୍ୟାହ୍ନରେ ସାରା ଭଦ୍ରକ ଦେଖୁଥିଲା ଲିଭିଯାଇଥିବା ଜୀବନ କାହାଣୀର ଲୋମଟାଙ୍କୁରା ଘଟଣା। କଳା ମଚ୍ ମଚ୍ ରାସ୍ତା ଉପରେ ନେଳି ପାଲଟିଏ ପାରିଦେଇ, ନାଲି ବସ୍ତାରେ ଘୋଡ଼େଇ ହୋଇ ସବୁଦିନ ପାଇଁ ଶୋଇଯାଇଥିଲା ନବଜାତ ନାତି। ଆଉ ନାତି ମୃତ୍ୟୁର ନ୍ୟାୟକୁ ଅପେକ୍ଷା କରି ବର୍ଷାରେ ବସିରହିଥିଲେ ଅଜା। ବ୍ୟସ୍ତ ଦୁନିଆରେ କିଏ ଗାଡ଼ିରେ ବସି ପଳାଉଥିଲା ତ ଆଉ କିଏ ପାଖକୁ ଆସି ସମବେଦନାଟିଏ ଜଣାଉଥିଲା । ହେଲେ ଦୀର୍ଘ ସମୟ ଧରି କଳାଛତାଟିଏ ଧରି ନିସ୍ତବ୍ଦ ପାଲଟି ଯାଇଥିଲେ ଅଜା। ଯନ୍ତ୍ରଣାଦାୟକ ଦୃଶ୍ୟକୁ ଯିଏ ଦେଖୁଥିଲା, ଆଖିରୁ ଲୁହ ଟୋପାଟିଏ ଝରିଆସୁଥିଲା । 

ଅଧିକ ପଢନ୍ତୁ : ପୁରୀରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଦୁର୍ଘଟଣା, ଅଳ୍ପକେ ରକ୍ଷା ପାଇଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ

Advertisment

ଭଦ୍ରକରେ ଘଟିଯାଇଥିବା ଛାତିଫଟା ଘଟଣା ପଛର କାହାଣୀ ବି ବେଶ୍ ସଂଗୀନ । ଅଭିଯୋଗ ଅନୁସାରେ, ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଦୁନିଆଁ ଦେଖିବା ଆଗରୁ ଆଖି ବୁଜିଦେଇଛି ନବଜାତ। ସେପଟେ ମାଆ ଗୁରୁତର। ଉତ୍ତ୍ୟକ୍ତ ଲୋକେ ଶିଶୁଟିର ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ବାଇପାସ୍ ଅବରୋଧ କରିଥିଲେ । ଟାୟାର ଜାଳି ଗାଡ଼ିମୋଟର ଯାତାୟାତ ବନ୍ଦ କରିଦେଇଥିଲେ। ଆନ୍ଦୋଳନ ବେଳେ ହଠାତ୍ ପ୍ରବଳ ବର୍ଷା ହେବାରୁ ଯିଏ ଯୁଆଡ଼େ ପାଇଲେ ପଳାଇଥିଲେ । ହେଲେ ନାତିର ମୃତଦେହକୁ ଜଗିରହି ସେମିତି ନ୍ୟାୟ ପାଇଁ ବସିରହିଥିଲେ ଶିଶୁଟିର ଅଜା। 

ଗତକାଲି ଦୋଳସାହି ପଞ୍ଚାୟତ ରାଢଙ୍ଗ ଅଞ୍ଚଳର ବାସନ୍ତୀ ରାଉତ ଭଦ୍ରକ ବାଇପାସର ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଅଲଟ୍ରାସାଉଣ୍ଡ କରିଥିଲେ। କୁହାଯାଇଥିଲା ୬ ମାସର ପିଲାଟି ଖେଳୁଛି ବୁଲୁଛି। କିନ୍ତୁ ପରେ ପେଟରେ ଯନ୍ତ୍ରଣା ହେବାରୁ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପେଟରେ ଥିବା ଶିଶୁ ୩ ଦିନ ହେବ ପ୍ରାଣ ହରାଇଥିବା କହିଥିଲେ ଡାକ୍ତର। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି । 

Advertisment
Bhadrak Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ