Advertisment

‘ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ’

ଏବେ E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି ।

ଅଦ୍ୟତନ ହୋଇଛି
New ration cards by September end

New Ration Card

Advertisment

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାର୍ଡ ଦେବେ ରାଜ୍ୟ ସରକାର । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୧୦ ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଅଗଷ୍ଟ ୨୨ ତାରିଖ ଠାରୁ E - KYC ପ୍ରକ୍ରିୟାରେ ଜାଲ କାର୍ଡ ଧରିବା ପାଇଁ କାମ ଆରମ୍ଭ ହୋଇଛି। ଏହା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ସୁଭଦ୍ରା ଫର୍ମ ସଂଗ୍ରହ, ମୋ ସେବା ଓ ଜନସେବା କେନ୍ଦ୍ରରେ କରି ହେବ ଆବେଦନ

ସେପଟେ ଏବେ ଯାଏଁ ପାଖାପାଖି ୪୪ ଲକ୍ଷ ୩୩ ହାଜର କାର୍ଡ ଯାଞ୍ଚ ସାରିଛି । ଯେଉଁଥିରେ ଅନେକ ଜାଲ କାର୍ଡ ଧରା ପଡ଼ିଛି । ଏବେ ଯାଏଁ ୨୦ରୁ ୨୫ ପ୍ରତିଶତ ଜାଲ କାର୍ଡ ଧରା ପଡ଼ିଲାଣି। ଏଥିରେ ଆଉ କିଛି ସମୟ ଲାଗିବ। ସବୁ କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ କାର୍ଡ ଦେବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Advertisment

Aadhar Card KYC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ