Advertisment

ସରିଲା ଅପେକ୍ଷା; ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ

ଦୀପାବଳି ପୂର୍ବରୁ ନୂଆ ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ଆସିଲା ଖୁସି ଖବର। ନଭେମ୍ବର ମାସରେ ଯୋଗ୍ୟ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ ।

New Ration Card to be Provided from November

New Ration Card to be Provided from November

Advertisment

ଦୀପାବଳି ପୂର୍ବରୁ ନୂଆ ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ଆସିଲା ଖୁସି ଖବର। ନଭେମ୍ବର ମାସରେ ଯୋଗ୍ୟ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଅନ୍ୟପକ୍ଷରେ ଏବେ E-KYC ଯାଂଚ ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟା ସରିବା ପରେ କେତେ ଭୂତ ହିତାଧିକାରୀଙ୍କ ନାଁ କଟିବ ଏବଂ ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

Advertisment

ସରିଲା ଅପେକ୍ଷା। ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ। ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ପାଖରେ ନୂଆ ରାସନ କାର୍ଡ ପାଇଁ ପ୍ରାୟ ୧୦ ଲକ୍ଷ ଆବେଦନ ପହଞ୍ଚିଛି। ସମସ୍ତ ଆବେଦନର ଯାଂଚ ଚାଲିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ନଭେମ୍ବର ମାସ ସୁଦ୍ଧା ରାସନ କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ସେପଟେ ପୁରା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ରାସନ କାର୍ଡ ହିତାଧିକାରୀଙ୍କର ଆଧାର କାର୍ଡ ଆଧାରିତ E-KYC ଅପଡେଟ୍ କରାଯାଉଛି। ଡିଲର୍ ପଏଣ୍ଟଗୁଡ଼ିକରେ ହିତାଧିକାରୀଙ୍କ ନାଁ ଯାଂଚ୍ କରାଯିବା ପରେ ଇ-ପିଓଏସ୍ ମେସିନରେ ଟିପ ଚିହ୍ନଦେଇ ଆଧାର କାର୍ଡ ନମ୍ବର ସହ ଅପଡେଟ୍ କରାଯାଉଛି। ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଯୋଗାଣ ମନ୍ତ୍ରୀ। ସେମାନଙ୍କୁ ବାଦ୍ ଦେବାକୁ ଇ-କେୱାଇସି ଯାଂଚ୍ ଚାଲିଛି। 

Advertisment

ଏଣେ ରାସନ କାର୍ଡ କେବେ ମିଳିବ ସେଥିପାଇଁ ଚାତକ ପରି ଚାହିଁ ରହିଛନ୍ତି ଆବେଦନକାରୀ। ବାଲେଶ୍ବର ଭୋଗରାଇ ବ୍ଳକ୍ ବଡ଼ମନ୍ଦାରୁଣୀ ଗାଁର ଚନ୍ଦନ ମିତ୍ର। ଦିନ ମଜୁରିଆ ଚନ୍ଦନ, ଗତ ମାର୍ଚ୍ଚ ମାସରେ ରାସନ କାର୍ଡ ପାଇଁ ଆବେଦନ କରିଥିଲେ। କାର୍ଡ କେବେ ମିଳିବ ସେ ନେଇ ବ୍ଳକ୍ ଅଫିସ୍‌କୁ ଯାଇ ବାରମ୍ବାର ପଚରାପଚରି କରୁଛନ୍ତି। ଏବେ ନଭେମ୍ବରରେ କାର୍ଡ ମିଳିବା ଖବର ଶୁଣି ବେଶ୍ ଖୁସି ହୋଇଛନ୍ତି ଚନ୍ଦନ। 

ସେହିପରି ଭଦ୍ରକ ବାସୁଦେବପୁର ବ୍ଳକ୍ ପୁରୁଷୋତ୍ତମପୁର ଗାଁର ପ୍ରଶାନ୍ତ କୁମାର ସାହୁ ଗତ ୫ ବର୍ଷ ହେଲା ରାସନ କାର୍ଡଟିଏ ପାଇଁ ସଂଘର୍ଷ ଚଳାଇଛନ୍ତି। ବିଜେଡି ସରକାର ସମୟରେ ଧନୀମାନଙ୍କୁ କାର୍ଡ ମିଳୁଥିବା ଅଭିଯୋଗ କରି ତାଙ୍କୁ କିନ୍ତୁ ମିଳିନଥିଲା ବୋଲି କହିଛନ୍ତି। 

Advertisment

ହିତାଧିକାରୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି। ସେହିପରି ପରିବାରରୁ କୌଣସି ସଦସ୍ୟ ଭିନ୍ନ ହୋଇଥିଲେ, ଯଦି ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବେ ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ।

Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ