Advertisment

ଓଡ଼ିଶା ପ୍ରଶାସନ କେମିତି ପାଇବ ନୂଆ ପରିଚୟ ? କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ?

ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଥିବା ମନୋଜ ଆହୁଜାଙ୍କ ଆଗରେ ଭରପୂର ଚାଲେଞ୍ଜ । କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ?

undefined

Chief Secretary Manoj Ahuja

Advertisment

ଆସନ୍ତା ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଛନ୍ତି ମନୋଜ ଆହୁଜା। ନୂଆ ସରକାରରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ରହିଛି ଭରପୂର ଆହ୍ବାନ। ପୁରୁଣା ସରକାର ସମୟରେ ବ୍ୟୁରୋକ୍ରାସିରେ ଲାଗିଥିବା ରାଜନୀତିର ଦାଗକୁ ଲିଭେଇ ସ୍ୱଚ୍ଛ କରିବା, ତିଆରି ହୋଇଥିବା ଓଡିଆ- ଅଣ ଓଡିଆ ଅଧିକାରୀ ଫିଲିଙ୍ଗସକୁ ଦୂର କରିବା ସହ ବିଜେପି ସରକାର ଦେଇଥିବା ସବୁ ନିର୍ବାଚନୀ ପ୍ରତୁଶ୍ରୁତିକୁ କାର୍ଯକାରୀ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି କୁହା ଯାଉଛି।

Advertisment

ଓଡ଼ିଶା ପ୍ରଶାସନ କେମିତି ପାଇବ ନୂଆ ପରିଚୟ ? କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ? ରାଜ୍ୟ ପ୍ରଶାସନର ନୂଆ ମୁଖିଆ ଭାବେ ଜୁଲାଇ ପହିଲାରୁ ଦାୟିତ୍ୱ ନେବାକୁ ଯାଉଥିବା ଆଇଏସ ମନୋଜ ଆହୁଜାଙ୍କ ସାମ୍ନାରେ ଏମିତି ଅନେକ ଚାଲେଞ୍ଜ। କାହିଁକିନା, ୨୪ ବର୍ଷର ସରକାର ବଦଳି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଛି ବିଜେପି। ସେ ଦୃଷ୍ଟିରୁ ବିଜେଡି ସରକାର ସମୟର ସଚିବ ସର୍ବସ୍ୱ ବ୍ୟବସ୍ଥା, କୋଟେରୀ ଶାସନ, ଅଫିସର ରାଜ, ନେତା ଓ ମନ୍ତ୍ରୀଙ୍କୁ ଅଣଦେଖାର ପରମ୍ପରାକୁ ହଟାଇ ପ୍ରଶାସନର ଷ୍ଟାଇଲ ଅଫ୍ ଫଙ୍କସନିଂକୁ ବଦଳାଇବାକୁ ହେବ। ପ୍ରଶାସନରେ ବଦଳୁଥିବା ଚରିତ୍ରର ନୂଆ ବାର୍ତ୍ତା ଦେବାକୁ ହେବ, ସରକାରଙ୍କ ପାଖରେ ବ୍ୟୁରୋକ୍ରେସିକୁ ଉତ୍ତର ଦାୟୀ କରିବା ସହ ନବୀନ ସରକାର ସମୟରେ ହୋଇଥିବା କ୍ଷମତାର କେନ୍ଦ୍ରୀକରଣ ବ୍ୟବସ୍ଥାକୁ ହଟାଇ କ୍ଷମତାର ବିକେନ୍ଦ୍ରୀକରଣ କରିବାକୁ ହେବ।

କେବଳ ସେତିକି ନୁହେଁ ପୂର୍ବ ସରକାରରେ ଓଡିଆ ଓ ଅଣ ଓଡ଼ିଆ ଅଧିକାରୀଙ୍କ ଭିତରେ ରହି ଆସିଥିବା ବିଭେଦାତ୍ମକ ମନୋଭାବ ଦୂର କରି ସମନ୍ବୟ ରକ୍ଷା କରିବା, ୨୪ ବର୍ଷ ଧରି ସରକାରରେ ଥିବା ଗାଦିମଡ଼ା ଅଧିକାରୀଙ୍କୁ ହଟାଇ ପ୍ରଶାସନକୁ ନୂଆ ଦିଶା ବି ଦେବାକୁ ହେବ। ତେଣୁ ଏସବୁ ଦାୟିତ୍ବକୁ ସୂଚାରୁ ରୂପେ ନିର୍ବାହ କରିବା ନୂଆ ସିଏସ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ।

Advertisment

ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରର ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ବି ପ୍ରଶାସନର ବଡ ଭୂମିକା ରହିବ। ସେଦୃଷ୍ଟିରୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତା, ଧାନର ଏମ୍ଏସପି ୩୧୦୦ ଟଙ୍କା, ୫ ବର୍ଷରେ ୩ ଗୁଣା ଜଳସେଚନ,  ଚିଟ୍‌ଫଣ୍ତ ଟଙ୍କା ଫେରାଇବା, ଭତ୍ତା ୩୦୦୦ ଟଙ୍କା ଯାଏଁ ବୃଦ୍ଧି କରିବା ଭଳି ପ୍ରତିଶ୍ରୁତି ପୂରଣ ପାଇଁ ସରକାରୀ ପାଣ୍ଠିର ବ୍ୟବସ୍ଥା କରି ଏସବୁକୁ ସଫଳତାର ସହ କାର୍ଯ୍ୟକାରୀ କରିବା ବି ମନୋଜ ଆହୁଜାଙ୍କ ପାଇଁ ଚାଲେଞ୍ଜ ରହିବ।

ସେହିପରି ପୁରୁଣା ସରକାର ସମୟରେ ହୋଇଥିବା ଅସଙ୍ଗତି ତଥା ଦୁର୍ନୀତିର ତଦନ୍ତ ଏବଂ ତାକୁ ରେଗୁଲାରାଇଜ କରିବା ବି ଅନ୍ୟତମ ଆହ୍ବାନ ରହିବ। ବଡ କଥା ହେଲା ପଞ୍ଚାୟତରୁ ରାଜ୍ୟସ୍ତର ଯାଏଁ ବ୍ୟବସ୍ଥାକୁ ମାଡ଼ିବସିଥିବା ପିସିର ଚେର, ଯାହା ବିଜେଡି ସରକାର ପତନର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି, ତାକୁ ଉପାଡ଼ି କରପ୍ସନ୍ ଫ୍ରି ସରକାର ପାଇଁ ମୋହନ ସରକାରର ପ୍ରତିବଦ୍ଧତାର କାର୍ଯ୍ୟାନ୍ବୟନ କରିବାକୁ ହେବ।

Advertisment

ରାଜ୍ୟ ପ୍ରଶାସନରେ ପ୍ରଦୀପ ଜେନାଙ୍କ ପରବର୍ତ୍ତୀ ସମୟରେ ସିନିୟର ମୋଷ୍ଟ ହେଉଛନ୍ତି ମନୋଜ ଆହୁଜା। ଅଭିଜ୍ଞତା ତ ରହିଛି, ତା’ସହ ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ରହି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟାଳୟର ଗୁଡ୍ ବୁକରେ ବି ରହିଛନ୍ତି। ତେଣୁ ଡବଲ ଇଞ୍ଜିନ ସରକାରରେ ଉଭୟ କେନ୍ଦ୍ର ରାଜ୍ୟ ମଧ୍ୟରେ ସମନ୍ୱୟ ରଖି ଓଡିଶା ପାଇଁ କେନ୍ଦ୍ରରୁ ଅଧିକ ସହାୟତା ଆଣିବା ଦିଗରେ ଗୁରୁତ୍ୱ ଦେଇ ପାରନ୍ତି ମନୋଜ ଆହୁଜା । 

BJP Chief Secretary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ