Advertisment

Chilika Lake: କାମରେ ଆସୁନି ନୂଆ ଭସାପୋଲ, ପୁରୁଣା ଭସାପୋଲରେ ପାର ହେଉଛନ୍ତି ଲୋକେ

ଅଥଳ ଚିଲିକା ଜଳରାଶିରେ ଆଗେଇ ଚାଲିଛି ଭସାପୋଲ । ଦୁଇ ଚକିଆ, ଚାରି ଚକିଆ ଯାନ ସହ ଲୋଡ୍‌ ହୋଇଛି ବସ୍ । ଆଉ ଏହି ଭସାପୋଲର ଅନେକ ଅଂଶ ଭାଙ୍ଗିରୁଜି ଗଲାଣି, ତଳ ପ୍ଲେଟ୍ କି କଣା ହୋଇଗଲାଣି । ଏଭଳି ବିପଦସଙ୍କୁଳ ଅବସ୍ଥାରେ ନିଇତି ଯାତାୟାତ କରୁଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦବାସୀ ।

ଅଦ୍ୟତନ ହୋଇଛି
ଭସାପୋଲରେ ବିପଦଶଙ୍କୁଳ ଯାତ୍ରା

ଭସାପୋଲରେ ବିପଦଶଙ୍କୁଳ ଯାତ୍ରା

Advertisment

କାମରେ ଆସୁନି ନୂଆ ଭସାପୋଲ । ପୁରୁଣା ଭସାପୋଲରେ ବିପଦସଙ୍କୁଳ ଅବସ୍ଥାରେ ଚିଲିକାର ଅଥଳ ଜଳରାଶି ପାର ହେଉଛନ୍ତି ଲୋକେ । କେତେବେଳେ ଯେ କେଉଁ ଅଘଟଣ ଘଟିବ ତାହା କହିବା ମୁସ୍କିଲ୍ । ଯାତ୍ରୀବାହୀ ଡଙ୍ଗାରେ ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ନୂଆ ଭସାପୋଲ ବି ଏକ ମାସରୁ ଅଧିକ ସମୟ ହେବ ଜହ୍ନିକୁଦା କୂଳରେ ବନ୍ଧାହୋଇ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪

ଚିଲିକାର ଅଥଳ ଜଳରାଶିରେ ଆଗେଇ ଚାଲିଛି ଭସାପୋଲ । ଦୁଇ ଚକିଆ, ଚାରି ଚକିଆ ଯାନ ସହ ଲୋଡ୍‌ ହୋଇଛି ବସ୍ । ଆଉ ଏହି ଭସାପୋଲର ଅନେକ ଅଂଶ ଭାଙ୍ଗିରୁଜି ଗଲାଣି, ତଳ ପ୍ଲେଟ୍ କି କଣା ହୋଇଗଲାଣି । ଏଭଳି ବିପଦସଙ୍କୁଳ ଅବସ୍ଥାରେ ନିଇତି ଯାତାୟାତ କରୁଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦବାସୀ । ଯାନ୍ତ୍ରିକ ତୃଟି କାରଣରୁ ଦିନେ ଚାଲିଲେ ଦୁଇଦିନ ବନ୍ଦ ରହେ ଭସାପୋଲ । ଆଉ ଏ ପୋଲରେ ଗଲେ ଚିଲିକା ମଝିରେ କେତେବେଳେ ଯେ କ’ଣ ଘଟିବ ତାକୁ ନେଇ ଆଶଙ୍କାରେ ଯାତ୍ରୀ । ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ୨ଟି ନୂତନ ଭସାପୋଲ ବ୍ୟବସ୍ଥା କରାଯାଇଥିଲା । ମାତ୍ର ମାସେରୁ ଅଧିକ ସମୟ ହେବ ଏହା ଜହ୍ନିକୁଦା ଚିଲିକା କୂଳରେ ବନ୍ଧାହୋଇ ରହିଛି। ପୁରୁଣା ଭସାପୋଲରେ ହିଁ ଚାଲିଛି ଯାତ୍ରୀ ପରିବହନ।

Advertisment

ବିସ୍ତିର୍ଣ୍ଣ ଚିଲିକା ଭିତରେ ବସବାସ କରନ୍ତି କୃଷ୍ଣପ୍ରସାଦ ବ୍ଲକର ୧୪ଟି ପଞ୍ଚାୟତର ଲକ୍ଷାଧିକ ଲୋକ l ପୁରୀ ଜିଲ୍ଲା ସଦର ମହକୁମାଠାରୁ ଏହା ଅଲଗା ହୋଇ ରହୁଥିବା ବେଳେ ଲୋକେ ଏକ ପ୍ରକାର ବିଚ୍ଛିନ୍ନାଞ୍ଚଳ ଭାବେ ରୁହନ୍ତି । ଏଠାକୁ ଯିବାକୁ ହେଲେ ଜଳପଥରେ ୫ କିଲୋମିଟର ଚିଲିକାକୁ ପାରହେବାକୁ ପଡିଥାଏ l ଦେଶୀ ଡଙ୍ଗା ଏବଂ ଭସାପୋଲ ଚିଲିକା ପାରିହେବାର ଏକମାତ୍ର ମାଧ୍ୟମ l

ଯାତ୍ରୀମାନଙ୍କର ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଚିଲିକାରେ ୨୦୦୧ ମସିହାଠାରୁ ଆରମ୍ଭ ହୋଇଥିଲା ୨ଟି ଭସାପୋଲ ସେବା l ଗୋଟିଏ ଜହ୍ନିକୁଦା ଠାରୁ ସାତପଡା ଯାଉଥିବା ବେଳେ ଅନ୍ୟଟି ସାତପଡାରୁ ଜହ୍ନିକୁଦାକୁ ଯାତ୍ରୀ ପରିବହନ କରିଥାଏ। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏ ଭସାପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ନୂତନ ଭସାପୋଲ ଚଳାଚଳ କରିବା ସହ ସ୍ଥାୟୀ ବ୍ରିଜ୍ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

Advertisment
Chilika Lake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ