ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ବଢିବ ପିଏମ୍ କିଷାନ ହିତାଧିକାରୀଙ୍କ ସଂଖ୍ୟା

କୃଷି ବିଭାଗ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଳିଆରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଅନ୍ତର୍ଭୁକ୍ତ ଅଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

PM KISAN Scheme

ରାଜ୍ୟରେ ବଢିବ ପିଏମ୍ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆ ଯୋଜନାରେ ସାମିଲ, କିନ୍ତୁ ପିଏମ୍ କିଷାନରୁ ବାଦ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । କୃଷି ବିଭାଗ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଳିଆରେ ୪୬ ଲକ୍ଷ ଚାଷୀ ସାମିଲ ଥିବା ବେଳେ ପିଏମ କିଷାନରେ ମାତ୍ର ୩୧ ଲକ୍ଷ ଅନ୍ତର୍ଭୁକ୍ତ ଅଛନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ପ୍ରାକୃତିକ ଓ ଜୈବିକ କୃଷିର ପ୍ରଚାର ପ୍ରସାର ପାଇଁ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବ। ଏଥିପାଇଁ ଖୁବଶୀଘ୍ର ଦିଆଯିବ ତାଲିମ। ପ୍ରଥମ ପର୍ଯ୍ୟାୟରେ ସବଡିଭିଜନସ୍ତରରେ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ । ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ଉତ୍ପାଦନଠାରୁ ମାର୍କେଟିଂ ଯାଏଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାକୁ ଚୂଡ଼ାନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ବିଜେପି ସଂକଳ୍ପ ପତ୍ରରେ ଥିବା କୃଷିର ବିଷୟ ବିନ୍ଦୁ ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର କୃଷି ଭବନ ଯାଇ ସମୀକ୍ଷା କରିଥିଲେ ମୋହନ ମାଝୀ। ପ୍ରଥମେ କୃଷି ଭବନ ପରିସରରେ ବୃକ୍ଷ ରୋପଣ କରିବା ସହ ଭବନ ବୁଲି ଦେଖିଥିଲେ ।