Advertisment

KIIT Unoiversity Row: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା

ପ୍ରଥମେ ପିଲାଙ୍କୁ ପିଟି ବିଦା କଲେ, ଏବେ ଫେରାଇ ଆଣିବାକୁ ବିକଳ। କିଟରେ ଛାତ୍ରୀ ମୃତ୍ୟୁ ପରେ ନେପାଳ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଦୁର୍ବ୍ୟବହାର କରିବା ସହ ମାଡ଼ ମରାଯାଇଥିଲା ଏବଂ ତାଙ୍କୁ ରେଲୱେ ଷ୍ଟେସନରେ ଛାଡି ଦିଆଯାଇଥିଲା,ତାକୁ ନେଇ ଅଭିଭାବକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

undefined

KIIT

Advertisment

ପ୍ରଥମେ ପିଲାଙ୍କୁ ପିଟି ବିଦା କଲେ, ଏବେ ଫେରାଇ ଆଣିବାକୁ ବିକଳ। କିଟରେ ଛାତ୍ରୀ ମୃତ୍ୟୁ ପରେ ନେପାଳ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଦୁର୍ବ୍ୟବହାର କରିବା ସହ ମାଡ଼ ମରାଯାଇଥିଲା ଏବଂ ତାଙ୍କୁ ରେଲୱେ ଷ୍ଟେସନରେ ଛାଡି ଦିଆଯାଇଥିଲା,ତାକୁ ନେଇ ଅଭିଭାବକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ପରେ କିଟ୍ କୁଳପତିଙ୍କ ସହ ନେପାଳର ଜଣେ ଅଭିଭାବକ କଥା ହୋଇଛନ୍ତି। ସେମାନଙ୍କ କଥାବାର୍ତ୍ତାର ଭାଇରାଲ୍ ଭିଡିଓ ଆମର ହସ୍ତଗତ ହୋଇଛି। ପିଲାଙ୍କ ସୁରକ୍ଷା ନେଇ ଅଭିଭାବକ ଚିନ୍ତିତ ଥିବା ବେଳେ କିଟର ଭାଇସ ଚାନ୍ସେଲ(କୁଳପତି) କରଣଜିତ ସିଂ ତାଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ବଡ଼ ବଡ଼ କଥା କହି ବାହାର ଦେଶରୁ ପିଲାଙ୍କୁ ପାଠ ପଢାଇବାକୁ କିଟ୍ ଡାକି ଆଣୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉନି ବୋଲି ଅଭିଭାବକ କହିଛନ୍ତି। ଏପରିକି ପିଲାଙ୍କୁ ବାଉନସର ଦ୍ବାରା ମାଡ ମରାଯିବା ପରେ ରେଲୱେ ଷ୍ଟେସନରେ ଛାଡିବା ଘଟଣାକୁ ସେ ସମାଲୋଚନା କରିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କ ପିଲା ଡରିକି ରହିଛି ବୋଲି କହିଛନ୍ତି ନେପାଳୀ ଅଭିଭାବକ।

Advertisment

ଛାତ୍ରଙ୍କ ପିତା- କିଟ ଭଳି ଏକ ଶିକ୍ଷା ସଂସ୍ଥାନର ଆମେ ନେପାଳରେ ପ୍ରଚାର କରୁଥିଲୁ। ମାତ୍ର ଅପଣ ମୋ ପିଲାକୁ ରାସ୍ତାରେ ଛିଡା କରେଇ ଦେଲେ...

Advertisment

କୁଳପତି- ଅନୁଷ୍ଠାନ ପକ୍ଷରୁ ହୋଇଥିବା ଭୁଲ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।

ଛାତ୍ରଙ୍କ ପିତା-ଆପଣଙ୍କ ପରି ଜଣେ ବୟୋଜ୍ୟୋଷ୍ଠ ବ୍ୟକ୍ତି ମୋତେ କ୍ଷମା ମାଗିବା ମୋତେ ଆଘାତ ଦେଉଛି।

ଛାତ୍ରଙ୍କ ପିତା- ମୋ ପିଲା ଦେହରେ ଆଜି ଯାଏ ମା’ ବାପା ହିସାବରେ ଆମେ ହାତ ଦେଇ ନ ଥିଲୁ। ଆପଣ ବାଉନ୍ସର ଲଗାଇ ମାଡ ମାରିବା କେତେଦୂର ଯଥାର୍ଥ। ମୋ ପିଲା ବହୁତ ଭୟଭୀତ ରହିଛି।

Advertisment

କୁଳପତି- ଆପଣ ଯେମିତି ପିଲାର ଅଭିଭାବକ ଏଠାରେ ମୁଁ ମଧ୍ୟ ଆପଣଙ୍କ ପିଲାର ସ୍ଥାନୀୟ ଅଭିଭାବକ। ଏହି ମିଟିଂ ମାଧ୍ୟମରେ ମୁଁ ଆପଣଙ୍କୁ ନିଶ୍ଚିତ କରାଇବାକୁ ଚାହୁଁଛି ଯେ, ଆପଣଙ୍କ ପିଲାକୁ ମୁଁ ମୋ ନିଜ ପିଲା ଭଳି ଯତ୍ନ ନେବି।

ଛାତ୍ରଙ୍କ ପିତା- ବାଉନ୍ସର ଲଗାଇ ମୋ ପିଲାକୁ ପିଟିଲେ। ଦୁନିଆରେ କେଉଁ ଶିକ୍ଷକ ଏଭଳି ଘୃଣ୍ୟ କାମ କରିଥାଏ। ପିଲାଙ୍କୁ ପିଟିବା ସହ ଆପଣ ମାନେ ରେଳ ଷ୍ଟେସନରେ ନେଇ ଏକୁଟିଆ ଛାଡି ଦେଇଥିଲେ। ଆପଣମାନେ ନିଜକୁ ମୋ ପିଲାର ଅଭିଭାବକ କହୁଥିବା ବେଳେ କେଉଁ ଅଭିଭାବକ ଏମିତି କରିଥାଏ।

କୁଳପତି- ଯାହାବି ହୋଇଛି ମୁଁ ଆପଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଯାହାବି ହୋଇଛି ଆପଣ ଏଠାକୁ ଯେବେ ବି ଆସିବେ ମୁଁ ଆପଣଙ୍କ ପାଦ ଛୁଇଁ କ୍ଷମା ପ୍ରାର୍ଥନା କରିବି।

ଉଲ୍ଲେଖଯୋଗ୍ୟ ଯ, କିଟରେ ବିଟେକ ପଢୁଥିବା ନେପାଳୀ ଛାତ୍ର ପ୍ରକ୍ରିତି ଲାମସାଲ ଆତ୍ମହତ୍ୟା କରିଥିଲେ। ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ। ୩ ବର୍ଷ ଧରି ସେମାନେ ରିଲେସନସିପ୍‌ରେ ଥିଲେ। ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

କ୍ୟାମ୍ପସରେ ଉପସ୍ଥିତି ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ କିଟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ। ସିକ୍ୟୁରିଟି ଗାର୍ଡ ଓ ବାଉନ୍ସର ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ସହ କଲେଜର କର୍ମଚାରୀ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକରେ ଛଡା ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା।

KIIT University KIIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ