Advertisment

ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହେବ ସଂଶୋଧନ ! ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ...

ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହୋଇପାରେ ସଂଶୋଧନ । ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ । ଜଳ ସମ୍ପଦ ବିଭାଗ ପ୍ଲାନିଂ ଓ ଡିଜାଇନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ବରେ କମିଟି ।

ଅଦ୍ୟତନ ହୋଇଛି
 Hirakud Dam Rule Curve

Hirakud Dam Rule Curve

Advertisment

ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହୋଇପାରେ ସଂଶୋଧନ। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଜଳ ସମ୍ପଦ ବିଭାଗ ପ୍ଲାନିଂ ଏଣ୍ଡ ଡିଜାଇନର ସର୍ବୋଚ୍ଚ ଯନ୍ତ୍ରୀ ଲିଙ୍ଗରାଜ ଗୌଡଙ୍କ ନେତୃତ୍ବରେ ସରକାର ଏକ କମିଟି କରିଛନ୍ତି ।  

Advertisment

କମିଟି ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ସଂଶୋଧନ କରିବା ନେଇ ବିଚାରବିମର୍ଶ କରିବ। ପାଣିପାଗର ପରିବର୍ତ୍ତିତ ପରିସ୍ଥିତିରେ ଏହାକୁ କିଭଳି ସଂଶୋଧନ କରାଯିବ ଅନୁଧ୍ୟାନ କରିବ। ରୁଲ୍ କର୍ଭ ହେଉଛି ଏକ ମାର୍ଗଦର୍ଶିକା ଯାହାର ଅନୁପାଳନ କରାଯାଇ ହୀରାକୁଦ ଡ୍ୟାମର ଜଳ ପରିଚାଳନା କରାଯାଇଥାଏ।

ସେହିପରି ଜଳଭଣ୍ଡାରରେ ଜମି ଥିବା ପଟୁ ମାଟି ଓ ପଙ୍କ ଉଦ୍ଧାର କରିବା ଦିଗରେ ବି ବିଚାରବିମର୍ଶ ଚାଲିଛି। ଡ୍ୟାମ ପାଖରେ ପୃଥକୀକରଣ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ରହିଛି। ବର୍ଷ ବର୍ଷ ଧରି ବାଲି ମାଟି ଓ ପଙ୍କରେ ପୋତି ହେବାରୁ ହ୍ରାସ ପାଉଛି ଡ୍ୟାମର ଜଳ ଧାରଣ କ୍ଷମତା। 

Advertisment
Hirakud Dam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ