Advertisment

ନେଦରଲ୍ୟାଣ୍ଡରେ ବିବାହ କଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ନେଦରଲ୍ୟାଣ୍ଡରେ ବିବାହ କଲେ ନବୀନଙ୍କ ପୁତୁରା ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ।

ଅଦ୍ୟତନ ହୋଇଛି
Naveen Patnaik Nephew Arun Patnaik Marriage

Naveen Patnaik's Nephew Arun Patnaik

Advertisment

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ଉପସ୍ଥିତ ଥିଲେ ବାପା ପ୍ରେମ ପଟ୍ଟନାୟକ । ନବୀନଙ୍କ ପୁତୁରା ହେଉଛନ୍ତି ଅରୁଣ  । ନବୀନଙ୍କ ବଡ଼ ଭାଇ ହେଉଛନ୍ତି ପ୍ରେମ ପଟ୍ଟନାୟକ। ପ୍ରେମଙ୍କ ଝିଅ ସୋସିଆଲ୍ ମିଡିଆରେ ବିବାହ ବେଳର ଫଟୋ ସେୟାର କରିଛନ୍ତି।

Advertisment

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ଆସିବା ପରେ ଅରୁଣ ଓଡ଼ିଶା ଆସିଥିବା ଚର୍ଚ୍ଚା ହେଉଥିଲା। କେବଳ ଏତିକି ନୁହେଁ, ସେ ଆଗାମୀ ଦିନରେ ଓଡ଼ିଶାରେ ବିଜେଡିର ମଙ୍ଗ ଧରିବେ ବୋଲି ମଧ୍ୟ ଆଲୋଚନା ଚାଲିଥିଲା। କିନ୍ତୁ ଏନେଇ ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ପୂର୍ବରୁ ମଧ୍ୟ ସେ ଅନେକଥର ପରିବାର ରାଜନୀତିକୁ ଖଣ୍ଡନ କରିଛନ୍ତି। ତେବେ ଅରୁଣଙ୍କ ବିବାହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାଁରେ ଗଠିତ ବିଜୁ ଜନତା ଦଳକୁ ୨୪ବର୍ଷରୁ ଅଧିକ ସମୟ ଧରି ଭଲ ପାଇବା ଅଜାଡି ଥିଲେ ଓଡିଶାବାସୀ । ତେବେ ନବୀନଙ୍କ କ୍ଷମତା ପାଣ୍ଡିଆନ ହାଇଜାକ୍ କରିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହେବା ପରେ ବିଜେଡିରୁ ବିମୁଖ ହୋଇଛନ୍ତି ଜନତା । ନିର୍ବାଚନରେ ବିଜେଡିକୁ ବିପର୍ଯ୍ୟୟର ସାମନା କରିବାକୁ ପଡିଛି । ତେଣୁ ପୁଣି ବିଜେଡିକୁ ଟ୍ରାକକୁ ଆଣିବାକୁ ନେତୃତ୍ବ ନେବେ କି ବିଜୁବାବୁଙ୍କ ନାତି ଅରୁଣ ପଟ୍ଟନାୟକ ? ଉଚ୍ଚଶିକ୍ଷିତ ଅରୁଣ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ। ଓଡିଶାରେ ରହିନଥିଲେ ବି ବିଜୁ ପରିବାର କନେକ୍ସନ୍ ତାଙ୍କୁ ଓଡିଶାବାସୀଙ୍କ ସହ ଯୋଡ଼ିପାରେ । କୁହାଯାଉଛି, ବିଜେଡିର ସଂକଟ ସମୟରେ ଅରୁଣଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ।

Advertisment
Naveen Patnaik Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ