Advertisment

Naveen Patnaik: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘୋଷଣା କଲେ କମିଟି

ନବୀନଙ୍କ ଅନୁପସ୍ଥିତିରେ ଗୃହରେ ରଣନୀତି କ'ଣ ରହିବ ୮ ଜଣିଆ କମିଟି ନିଷ୍ପତ୍ତି ନେବ। କମିଟି ଗଠନ ପରେ ବିଧାୟକ ଦଳ ଭିତରେ ଅସନ୍ତୋଷ ଥିବା ସୂଚନା ମିଳିଛି।

Naveen

Naveen

Advertisment

ଗୃହରେ ବିଜେଡ଼ିର କଣ ରହିବ ରଣନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘୋଷଣା କଲେ ଏ ନେଇ ଏକ କମିଟି। କମିଟିରେ ରହିଛନ୍ତି ୮ ବିଧାୟକ। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ମନୋହର ରନ୍ଧାରୀ, ଶାରଦା ନାୟକ, ଶାରଦା ଜେନା ଓ ଗୌତମ ବୁଦ୍ଧ ଦାସ । ନବୀନଙ୍କ ଅନୁପସ୍ଥିତରେ ଏହି ବିଧାୟକମାନେ ଗୃହ ଭିତରେ ପ୍ରସ୍ତୁତ କରିବେ ଦଳର ରଣନୀତି।

Advertisment

ଗତକାଲି ଶଙ୍ଖ ଭବନରେ ବସିଥିବା ବିଜେଡ଼ି ବିଧାୟକ ଦଳ ବୈଠକରେ ଭର୍ଚୁଆଲରେ ଯୋଗ ଦେଇ ନବୀନ ଏହା ଘୋଷଣା କରିଥିବା ସୂଚନା। ତେବେ ନବୀନ କମିଟି ଘୋଷଣା କରିବା ପରେ ବିଧାୟକ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ସୂଚନା ମିଳିଛି । ପ୍ରଥମ ଥର ବିଧାୟକ ହୋଇଥିବା ଶାରଦା ଜେନା ଓ ଗୌତମ ବୁଦ୍ଧ ଦାସଙ୍କୁ କାହିଁକି କମିଟିରେ ରଖାଗଲା ତାକୁ ନେଇ ବିଧାୟକ ଦଳ ଭିତରେ ପ୍ରବଳ ଅସନ୍ତୋଷ ଉପୁଜିଛି ।

ସେହିପରି ଶାରଦା ନାୟକ ନିୟମିତ ବିଧାନସଭା ଆସୁ ନଥିବାରୁ ତାଙ୍କୁ କମିଟିରେ ରଖାଯିବାକୁ ନେଇ ଉଠିଛି ଆପତ୍ତି । ସେପଟେ ବିଜେଡି ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ଥିଲେ, ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଶାରଦା ନାୟକ, ମନୋରମା ମହାନ୍ତି ଓ ଅଧିରାଜ ପାଣିଗ୍ରାହୀ ।

Advertisment

ଅଧିକ ପଢନ୍ତୁ: ଆଜିଠୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବା ଲାଗି ବିରୋଧୀ ପ୍ରସ୍ତୁତ

Naveen Patnaik Odisha Legislative Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ