Advertisment

Naveen Patnaik Discharged from Hospital: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସର୍ଭାଇକାଲ୍ ଆର୍ଥ୍ରରାଇଟ୍ ସ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ମୁମ୍ବାଇରେ ରହିବେ ।

ଅଦ୍ୟତନ ହୋଇଛି
Naveen Patnaik Discharged from Hospital

Naveen Patnaik Discharged from Hospital

Advertisment

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ । ସର୍ଭାଇକାଲ୍ ଆର୍ଥ୍ରରାଇଟ୍ ସ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ମୁମ୍ବାଇରେ ରହିବେ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।

Advertisment

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଥିଲା । ସର୍ଭାଇକାଲ ଆର୍ଥାରାଇଟ୍‌ସର ଅସ୍ତ୍ରୋପଚାର ସଫଳ ହୋଇଥିଲା । ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର ହୋଇଥିଲା । 

ନବୀନଙ୍କ ବ୍ୟକ୍ତିଗଡ ଡାକ୍ତର ଡକ୍ଟର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଅସ୍ତ୍ରୋପଚାର ଚାଲିଥିଲା । ମୋଟ ୪ ଘଣ୍ଟାର ଅପରେସନରେ ୨ ଘଣ୍ଟାର ମେଜର ଅପରେସନ ରହିଥିଲା । 

Advertisment

ସୂଚନାଯୋଗ୍ୟ, ଗତ ଜୁନ୍ ୨୦ ତାରିଖରେ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟାର ଚିକିତ୍ସା ପାଇଁ ଭୁବନେଶ୍ବରରୁ ମୁମ୍ବାଇ ଯାଇଥିଲେ ନବୀନ। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଥିଲା ବିଜେଡି। ଦଳୀୟ ବିଧାୟକ ଏବଂ ନେତା ଉପସ୍ଥିତ ରହି ଦୀପଦାନ ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି କଟକ ଗଡ଼ଗଡ଼ିଆ ମନ୍ଦିରରେ ମଧ୍ୟ ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଥିଲା। 

Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ